Latest Odisha News

BREAKING NEWS

ଇଦ୍‌ରେ ମୁକ୍ତିଲାଭ କରିବ ସଲମାନ୍‌ଙ୍କ ‘ରାଧେ- ୟୋର୍‌ ମୋଷ୍ଟ୍‌ ୱାଣ୍ଟେଡ୍ ଭାଇ’‌!

ନୂଆଦିଲ୍ଲୀ: ସୂଚନାନୁସାରେ, ସଲମାନ୍‌ ଖାନ୍‌ଙ୍କ ଅଭିନୀତ ବହୁ ପ୍ରତିକ୍ଷୀତ ଚଳଚ୍ଚିତ୍ର ‘ରାଧେ ଦ ମୋଷ୍ଟ ୱାଣ୍ଟେଡ୍‌’ ଆସନ୍ତା ବର୍ଷ ଇଦ୍ ଅବସରରେ ମୁକ୍ତିଲାଭ କରିବ। ଏହି ଫିଲ୍ମ ମେ ୧୨ ତାରିଖରେ ରିଲିଜ କରାଯିବାର ଯୋଜନା ରହିଛି।

ରିପୋର୍ଟ ଅନୁଯାୟୀ, ଏହା ପୂର୍ବରୁ ଫିଲ୍ମଟି ଆସନ୍ତା ବର୍ଷ ଗଣତନ୍ତ୍ର ଦିବସରେ ଅବସରରେ ରିଲିଜ୍ ହେବାର ଥିଲା। କିନ୍ତୁ କରୋନା ଯୋଗୁ ଲୋକେ ପ୍ରେକ୍ଷାଳୟରେ ଫିଲ୍ମ ଦେଖିବାକୁ ସେତାଟା ପସନ୍ଦ କରୁ ନଥିବାରୁ ଚଳଚ୍ଚିତ୍ର ନିର୍ମାତା ଏହାକୁ ଇଦ୍‌ରେ ରିଲିଜ୍‌ କରିବାକୁ ନିଷ୍ପତ୍ତି ନେଇଛନ୍ତି। ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ‘ରାଧେ’ର ରିଲିଜ୍ ତାରିଖକୁ ନେଇ ଆନୁଷ୍ଠାନିକ ଭାବେ କୌଣସି ଘୋଷଣା କରାଯାଇ ନାହିଁ।

Leave A Reply

Your email address will not be published.