Latest Odisha News

BREAKING NEWS

ମଣ୍ଡପରେ ମହାମାୟାଙ୍କ ମହାସପ୍ତମୀ ପୂଜା

ଭୁବନେଶ୍ୱର: ଧରାବତରଣ କରିଛନ୍ତି ଜଗତଜନନୀ ମାଆ ଦୁର୍ଗା । ତାଙ୍କ ଆଗମନରେ ଗଗନ ପବନ ଚଳଚଞ୍ଚଳ । ମଣ୍ଡପରେ ବିରାଜିଛନ୍ତି ଦୁର୍ଗତିନାଶିନୀ । ମହାମାୟାଙ୍କ ଆଜି ମହାସପ୍ତମୀ ପୂଜା । ଗତକାଲି ଷଷ୍ଠୀରେ ମାଆଙ୍କର ବିଲ୍ୱବରଣ ନୀତି ଅୁଷ୍ଠିତ ହୋଇଥିଲା ।

ମନ୍ତ୍ରପାଠରେ କମ୍ପୁଛି ମଣ୍ଡପ ପରିସର । ଘଣ୍ଟଘଣ୍ଟା, ଢୋଲ, ନିଶାଣ ମାଡ଼କେ ଦୁଲୁକୁଛି ମାଆଙ୍କ ମଣ୍ଡପ । ଚଳିତବର୍ଷ କରୋନା ମାଆଙ୍କ ପୂଜା ଉତ୍ସାହକୁ ଫିକା କରି ଦେଇଛି । ବିନା ଭକ୍ତରେ ମାଆଙ୍କ ପୂଜାର୍ଚ୍ଚନା କରାଯାଉଛି । ମଣ୍ଡପରେ ଆୟୋଜକ କମିଟିର ସୀମିତ ସଂଖ୍ୟକ ଲୋକ ଉପସ୍ଥିତ ଅଛନ୍ତି ।

କରୋନା ଯୋଗୁ ପରଦା ଆଢୁଆଳରେ ପୂଜା ପାଉଛନ୍ତି ଦେବୀ ଦୁର୍ଗା । ପୂଜାର ଆଡମ୍ବର ନାହିଁ କି ଭକ୍ତଙ୍କ ପ୍ରବେଶ ନାହିଁ । କେଉଁଠି ମାଆଙ୍କ ଦର୍ଶନ ପାଇଁ ବାହାରେ ବଡ ସ୍କ୍ରିନ୍ ବ୍ୟବସ୍ଥା କରାଯାଇଛି । ସେପଟେ ଆଜି ଶକ୍ତିପୀଠରେ ମାଆଙ୍କ ମହାଷ୍ଟମୀ ପୂଜା କରାଯାଉଛି ।

Leave A Reply

Your email address will not be published.