ପୁରୀ: ରଥଯାତ୍ରା ପୂର୍ବରୁ ସରିବ ରତ୍ନଭଣ୍ଡାର କାମ। ପୁରୀ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ମରାମତି କାମ ପ୍ରାୟ ସରିଛି। ସେହିପରି ବାହାର ରତ୍ନଭଣ୍ଡାର ମରାମତି କାମ ବି ପ୍ରାୟ ସରିବା ଉପରେ। ମହାପ୍ରଭୁଙ୍କ ଆଗାମୀ ରଥଯାତ୍ରା ପୂର୍ବରୁ ଏଏସଆଇ ରତ୍ନଭଣ୍ଡାର ମରାମତି କାମ ଶେଷ କରିବ ବୋଲି ଆଶା ରଖିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ.ଅରବିନ୍ଦ ପାଢ଼ୀ।
ଭିତର ରତ୍ନ ଭଣ୍ଡାର ମରାମତି କାମ ପ୍ରାୟ ସରିଆସିଲାଣି। କେବଳ ଚଟାଣ ନବୀକରଣ ବାକି ରହିଛି। ମହାପ୍ରଭୁଙ୍କ ଇଚ୍ଛା ଅନୁସାରେ ସବୁ କାମ ଶୀଘ୍ର ସରିବ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ.ଅରବିନ୍ଦ ପାଢ଼ୀ ଏଏସଆଇ ଅଧିକାରୀଙ୍କ ସହ ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାର୍ଯ୍ୟର ସମୀକ୍ଷା କରିଛନ୍ତି।
ଭିତର ଚାମ୍ବର ଭିତରେ ପାଞ୍ଚଟି ଏସଏସ ବକ୍ସ ବିମର ସଠିକ୍ ସ୍ଥାପନ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ହୋଇଛି। ବାହାର ରତ୍ନଭଣ୍ଡାରର କାମ ମଧ୍ୟ ସରିଆସିଲାଣି। ଏହି କାର୍ଯ୍ୟ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପୂର୍ଣ୍ଣ ସହଯୋଗ ଯୋଗାଉଛି। ଆଗାମୀ ରଥଯାତ୍ରା ପୂର୍ବରୁ ସମସ୍ତ କାମ ସଫଳତାର ସହ ସରିବ ବୋଲି ଆଶା ରହିଥିବା ଶ୍ରୀମନ୍ଦିର ପ୍ରଶାସକ ଟ୍ବିଟ କରି କହିଛନ୍ତି।
Comments are closed.