Latest Odisha News

BREAKING NEWS

ଜୁନ୍ ୨୮ରୁ ପୁଣି ଆରମ୍ଭ ହେବ ଶ୍ରୀମନ୍ଦିରର ରତ୍ନଭଣ୍ଡାର ମରାମତି କାର୍ଯ୍ୟ

ପୁରୀ: ବର୍ତ୍ତମାନ ରତ୍ନଭଣ୍ଡାର ମରାମତି କାର୍ଯ୍ୟ ବନ୍ଦ ରହିଥିବାବେଳେ, ରଥଯାତ୍ରା ପରଦିନ ଅର୍ଥାତ୍‌ ଆସନ୍ତା ୨୮ ତାରିଖ ଠାରୁ ପୁଣି ଥରେ ଆରମ୍ଭ ହେବ । ତେବେ ମରାମତି କାମ କେବେ ସମ୍ପୂର୍ଣ୍ଣ ହେବ, ତାହା ଏବେ ସଠିକ ଭାବେ କହିହେବ ନାହିଁ ବୋଲି ଆଜି ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ ।

ଏହା ପୂର୍ବରୁ ଆୟୋଜିତ ଏକ ଗୁରୁତ୍ବପୂର୍ଣ୍ଣ ବୈଠକରେ ରତ୍ନଭଣ୍ଡାରର ମରାମତି ନେଇ ଆଲୋଚନା କରାଯାଇଥିଲା । ବୈଠକରେ ନିଷ୍ପତ୍ତି ହୋଇଥିଲା ଯେ, ରଥଯାତ୍ରା ସମୟରେ ରତ୍ନଭଣ୍ଡାର, ଗର୍ଭଗୃହ, ଜଗମୋହନ ଓ ନାଟମଣ୍ଡପ ମରାମତି କରାଯିବ । ଏହି ଆଧାରରେ ଜୁନ୍ ୨୮ ତାରିଖ ଠାରୁ ଜୁଲାଇ ୬ ତାରିଖ ମଧ୍ୟରେ ଗର୍ଭଗୃହ, ବାହାର ରତ୍ନଭଣ୍ଡାର ମରାମତି ହେବ । ଏହି ସମୟରେ ବିଶେଷ କରି ବାହାର ରତ୍ନଭଣ୍ଡାର ମରାମତି କରାଯିବାକୁ ନିଷ୍ପତ୍ତି ହୋଇଥିଲା ।

ସୂଚନାଯୋଗ୍ୟ, ଗତ ଡିସେମ୍ବର ୧୭ରୁ ମରାମତି କାର୍ଯ୍ୟ ଆରମ୍ଭ ହୋଇଥିଲା ତେବେ ଚନ୍ଦନଯାତ୍ରା ନୀତି କାନ୍ତି ଥିବାରୁ ରତ୍ନଭଣ୍ଡାର ମରାମତି କାର୍ଯ୍ୟ ବନ୍ଦ ରହିଛି । ଭିତର ରତ୍ନଭଣ୍ଡାରର ମରାମତି କାର୍ଯ୍ୟ ପ୍ରାୟତଃ ଶେଷ ହୋଇଛି । କେବଳ ଚଟାଣ କାର୍ଯ୍ୟ ବାକି ରହିଛି ।

Comments are closed.