Latest Odisha News

ତହିସିଲଦାରଙ୍କୁ ପାଠ ପଢାଇଲେ ମନ୍ତ୍ରୀ, ମାଗିଲେ ଜବାବ

ସମ୍ବଲପୁର: ତହସିଲଦାରକୁ ପାଠ ପଢାଇଲେ ମନ୍ତ୍ରୀ । ଫାଇଲ କାହିଁକି ପେଣ୍ଡିଙ୍ଗ ପଡିଛି ସେନେଇ ଜବାବ ମାଗିଲେ । ଆଜି ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି ସମ୍ବଲପୁର ତହସିଲ ଅଫିସରେ ।

ତହସିଲ ଅଫିସକୁ ହଠାତ୍ ଗସ୍ତ କରିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ସେଠାରେ ପହଞ୍ଚି ସରକାରୀ କର୍ମଚାରୀଙ୍କ ସହ ଆଲୋଚନା କରିବା ସହ ଉପସ୍ଥିତି ରେଜିଷ୍ଟର ମଧ୍ୟ ଯାଞ୍ଚ କରି ଦେଖିଛନ୍ତି । କିଛି କର୍ମଚାରୀଙ୍କ ଅନୁପସ୍ଥିତି ଦେଖି ବିରକ୍ତି ପ୍ରକାଶ କରିଛନ୍ତି ମନ୍ତ୍ରୀ । ଏହାସହିତ ସବୁ ଫାଇଲ ଗୁଡିକୁ ମଧ୍ୟ ତନତନ ଯାଞ୍ଚ କରିଛନ୍ତି ମନ୍ତ୍ରୀ । ଏହାପରେ କିଛି ସମୟ ସମସ୍ତ କର୍ମଚାରୀଙ୍କ ଉପସ୍ଥିତି ସହ କାମ କିପରି ହେଉଛି ସେ ନେଇ କର୍ମଚାରୀ ଓ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ଏହା ସହିତ କିଛି ଫାଇଲ କାହିଁକି ଏ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇନାହିଁ ସେନେଇ ଅଧିକାରୀଙ୍କୁ ପ୍ରଶ୍ନ କରିଥିଲେ ମନ୍ତ୍ରୀ ।

ଏନେଇ ମନ୍ତ୍ରୀ କହିଛନ୍ତି, ପୂର୍ବରୁ କିଛି ଅଭିଯୋଗ ପାଇଥିଲି । ସମ୍ବଲପୁର କାମରେ ଆସିଥିବା ବେଳେ ଭାବିଲି ପରଖି ନେବି । ହେଲେ ସେଠାକୁ ଯାଇ ଦେଖିଲା ବେଳକୁ ଅଭିଯୋଗ କମ ଥିଲା ହେଲେ ଅବ୍ୟବସ୍ଥା ବେଶୀ ଥିଲା । ମାସ ମାସ ଧରି ତହସିଲଙ୍କ ପ୍ରକୋଷ୍ଠ ବନ୍ଦ ପଡିଛି । କାନ୍ତରେ ଘଣ୍ଟା ହେଲେ ଚାଲୁନି । ଆହୁରି ମଧ୍ୟ କାମରେ ଅନେକ ଅବ୍ୟବସ୍ଥା ଥିବା ନେଇ ଅଭିଯୋଗ କରିଛନ୍ତି ମନ୍ତ୍ରୀ ।

Comments are closed.