Latest Odisha News

ବଢୁଛି ଶିଳ୍ପ ସଂସ୍ଥା, ସୃଷ୍ଟି କରିବ ୫ ଲକ୍ଷରୁ ଅଧିକ ନିଯୁକ୍ତି

ଭୁବନେଶ୍ବର: ରାଜ୍ୟରେ ଶିଳ୍ପାନୁଷ୍ଠାନ ଅଗ୍ରଗତିକୁ ନେଇ ବଡ ବୟାନ ଦେଇଛନ୍ତି ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ବାଇଁ । ଏନେଇ ମନ୍ତ୍ରୀ କହିଛନ୍ତି, ରାଜ୍ୟରେ ଶିଳ୍ପ ସଂସ୍ଥା ଦ୍ରୁତ ଗତିରେ ଅଗ୍ରଗତି କରୁଛି ଯାହା ଆଗକୁ ଅଧିକ ନିଯୁକ୍ତି ସୃଷ୍ଟି କରିବ ।

ଗତ ପାଞ୍ଚ ବର୍ଷ ମଧ୍ୟରେ ୫୧୨ ବୃହତ ଶିଳ୍ପ ସଂସ୍ଥାକୁ ଅନୁମୋଦନ ମିଳିଛି । ଏଥିପାଇଁ ୧୧ ଲକ୍ଷ ୮୫ ହଜାର ୨୪୦ କୋଟି ପୁଞ୍ଜି ନିବେଶ ହୋଇଛି । ଯାହା ଆଗାମୀ ଦିନଗୁଡିକରେ ପାଖାପାଖି ୫ ଲକ୍ଷ ୭ ହଜାର ୩୦୩ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ । ଏଥିପାଇଁ ୫୧୨ ସଂସ୍ଥାରୁ ୩୦ ସଂସ୍ଥା ଆଂଶିକ ଓ ପୂର୍ଣ୍ଣ କାର୍ଯ୍ୟକ୍ଷମ ହେଲେଣି । ଯାହା ୧୯,୫୨୮.୬ କୋଟି ପୁଞ୍ଜି ନିବେଶ ସହ ୨୦ ହଜାର ୨୫୧ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ବୋଲି ମନ୍ତ୍ରୀ କହିଛନ୍ତି । ସେହିପରି ଗତ ପାଞ୍ଚ ବର୍ଷରେ ୨୩୫ଟି ଶିଳ୍ପ ସଂସ୍ଥା ୬୮୪୮ ଏକର ଜମି ଇଡ଼କୋ ମାଧ୍ୟମରେ ନେଇଛନ୍ତି । ବେସରକାରୀ ଜମି ୧୮୦.୯୭ ଏକର ଜମି ପାଇଛନ୍ତି । ଯାହା ପାଇଁ ୫୪୬ କ୍ୟୁସେକସରୁ ଅଧିକ ଜଳ ପାଇଛନ୍ତି । ଯାହା ଶିଳ୍ପ ସଂସ୍ଥାକୁ ଆହୁରି ବଢିବାରେ ସାହାର୍ଯ୍ୟ କରିବ ବୋଲି ମନ୍ତ୍ରୀ କହିଛନ୍ତି ।

Comments are closed.