Latest Odisha News

BREAKING NEWS

ସମାନ ଟାଟୁ କରିବା ପଛର କାରଣ କହିଲେ ପ୍ରିୟଙ୍କା

ନୂଆଦିଲ୍ଲୀ: ପ୍ରିୟଙ୍କା ଚୋପ୍ରାଙ୍କ ପ୍ରକାଶ କରିଛନ୍ତି ଯେ ତାଙ୍କ ସ୍ୱାମୀ ନିକ ଜୋନାସ ଏବଂ ସେ ସେମାନଙ୍କର ପ୍ରଥମ ଏନ୍‌ଗେଜ୍‌ମେଣ୍ଟ୍‌ ବାର୍ଷିକୀରେ ସମାନ ଟାଟୁ କରିଛନ୍ତି। ତେବେ ଏହା ପଛର ରସହ୍ୟ ମଧ୍ୟ ସେ ଉନ୍ମୋଚନ କରିଛନ୍ତି। ପ୍ରିୟଙ୍କା ଏବଂ ନିକ ଜୁଲାଇ ୨୦, ୨୦୧୮ ରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ।

ପ୍ରିୟଙ୍କା ଏକ ମାଗାଜିନ ପାଇଁ ଏକ ନୂଆ ଫଟୋ ସୁଟ୍ ରେ ନିଜ ଟାଟୁର ଲୁକ୍‌ ମଧ୍ୟ ସେୟାର କରିବା ସହ ଏହା ପଛର କାରଣ ମଧ୍ୟ ଉଲ୍ଲେଖ କରିଛନ୍ତି।

ଟାଟୁ ପଛରେ ଥିବା ଧାରଣାକୁ ପ୍ରକାଶ କରି ପ୍ରିୟଙ୍କା ଏକ ସାକ୍ଷାତକାରରେ କହିଛନ୍ତି, “ଯେତେବେଳେ ଆମେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲୁ, ନିକ ମୋତେ ତାଙ୍କର ସମସ୍ତ ବାକ୍ସ ଯାଞ୍ଚ କରିବାକୁ କହିଥିଲେ। ତେଣୁ ଆମର ଏନ୍‌ଗେଜ୍‌ମେଣ୍ଟ୍‌ର ଏକ ବର୍ଷ ପୂର୍ତ୍ତି ଅବସରରେ ଆମେ ଏହାକୁ ସେଲିବ୍ରେଟ୍‌ କରିବା ପାଇଁ ଏହି ଟାଟୁ କରିବା ପାଇଁ ବିଚାର କରିଥିଲୁ।

Leave A Reply

Your email address will not be published.