Latest Odisha News

କୃଷି ଆଇନକୁ ନେଇ ଏମିତି କଥା କହିଲା ଆମେରିକା

ନୂଆଦିଲ୍ଲୀ: ନୂଆ କୃଷି ଆଇନ ଓ କୃଷକଙ୍କ ଆନ୍ଦୋଳନକୁ ନେଇ ଏବେ ମହା ବିତର୍କ ଚାଲିଛି । ଚାଷୀଙ୍କ ଆନ୍ଦୋଳନ ଅନ୍ତର୍ଜାତୀୟ ପ୍ରସଙ୍ଗ ବି ପାଲଟିଛି । ରାଜରାସ୍ତାକୁ ସଂସଦ ଯାଏ ତମ୍ବି ତଫାନ ଚାଲିଥିବା ବେଳେ ସାମନାକୁ ଆସିଛି ଆମେରିକାର ମତ । କେନ୍ଦ୍ର ସରକାରଙ୍କୁ ସମର୍ଥନ ଦେଇଛି ଆମେରିକା । ଆମେରିକାର ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ, ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ଯେକୌଣସି ସମୃଦ୍ଧ ଗଣତନ୍ତ୍ରର ପରିଚୟ ।

ସେହିପରି ଆହୁରି କହିଛି, ଏଭଳି ପଦକ୍ଷେପକୁ ସ୍ୱାଗତ କରୁଛି ଯାହା କୃଷକଙ୍କ ପାଇଁ ଭାରତରେ ବଜାରର ଦକ୍ଷତା ବୃଦ୍ଧି କରିବ । ଘରୋଇ କ୍ଷେତ୍ରରୁ ପୁଞ୍ଜି ବିନିଯୋଗ ସୁଯୋଗ ସୃଷ୍ଟି କରିବ ।

କୃଷି ଆଇନକୁ ବିରୋଧ କରି ଦିଲ୍ଲୀ ସୀମାରେ ଦୁଇ ମାସରୁ ଅଧିକ ସମୟ ହେବ ଆନ୍ଦୋଳନ ଚଳାଇଛନ୍ତି ବିଭିନ୍ନ କୃଷକ ସଂଗଠନ । ବିଭିନ୍ନ ପର୍ଯ୍ୟାୟରେ ଆଲୋଚନାରୁ କୌଣସି ନିଷ୍ପର୍ଷ ବାହାରି ପାରୁନି । ତିନିଟି ଯାକ ଆଇନ ପ୍ରତ୍ୟାହାର ଦାବି କରୁଛନ୍ତି ଚାଷୀ । ଏଭଳି ସ୍ଥିତିରେ ଆନ୍ଦୋଳନ ତୀବ୍ର ହେଉଥିବା ବେଳେ ସମର୍ଥନରେ ହଲିଉଡ୍ ସେଲିବ୍ରିଟିଙ୍କ ସମେଚ ଆମେରିକା ଉପରାଷ୍ଟ୍ରପତି କମଲା ହାରିସଙ୍କ ଭାଣିଜୀ ବି ଟ୍ୱିଟ୍ କରି ମତ ରଖିଥିଲେ ।

Leave A Reply

Your email address will not be published.