Latest Odisha News

BREAKING NEWS

ଥିଏଟରରେ ଭୟାନକ ଗୋଧରା କାଣ୍ଡ ଉପରେ ଆଧାରିତ ଫିଲ୍ମ ‘ଦ ସାବରମତୀ ରିପୋର୍ଟ’

ମୁମ୍ବାଇ: ଆଜି ଥିଏଟରକୁ ଆସୁଛି ଏକତା କପୁରଙ୍କ ବହୁ ଚର୍ଚ୍ଚିତ ଫିଲ୍ମ ‘ଦ ସାବରମତୀ ରିପୋର୍ଟ’। ଫିଲ୍ମର କାହାଣୀ ୨୦୦୨ ମସିହାର ଭୟାନକ ଗୋଧରା କାଣ୍ଡ ଉପରେ ଆଧାରିତ। ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ବିକ୍ରାନ୍ତ ମେସି, ରାଶି ଖନ୍ନା ଓ ରିଦ୍ଧି ଡୋଗରା। ସେହି ଅଗ୍ନିକାଣ୍ଡର ବାସ୍ତବତାକୁ ଦର୍ଶକଙ୍କୁ ଫିଲ୍ମ ମାଧ୍ୟମରେ ଦେଖାଇବାକୁ ଚେଷ୍ଟା କରାଯାଇଛି।

ଏହି ଘଟଣା ସମଗ୍ର ଦେଶକୁ ଦୋହଲାଇ ଦେଇଥିବା ବେଳେ ଏବେ ଏହା ଥିଏଟରରେ ରିଲିଜ ହେବାକୁ ଯାଉଛି। ଏହି ଫିଲ୍ମରେ ବହୁ ସତ୍ୟ ଘଟଣା ଉପରୁ ପରଦା ହଟିବ ବୋଲି ଶୁଣିବାକୁ ମିଳୁଛି। ଗୁଜରାଟ ଦଙ୍ଗା ଏଥିରେ ପ୍ରଦର୍ଶିତ ହୋଇଛି। ଟ୍ରେଲର୍‌ରୁ ଫିଲ୍ମର ବିଷୟବସ୍ତୁ ଉପରେ କିଛି ଧାରଣା ଦର୍ଶକଙ୍କର ହୋଇସାରିଛି।

ଫିଲ୍ମର ଅନ୍ୟତମ ମୁଖ୍ୟ କଳାକାର ରାଶି ଏକ ସାକ୍ଷାତକାରରେ କହିଛନ୍ତି, ସୁଟିଂ ସମୟରେ ଫିଲ୍ମର ଅନେକ ସିନ୍‌ରେ ସେ ଓ ବିକ୍ରାନ୍ତ କାନ୍ଦିଥିଲେ। ଫିଲ୍ମର ଏକ ସିନ୍‌ରେ ଜଳନ୍ତା ଟ୍ରେନ୍‌ରେ ସୁଟିଂ ସମୟରେ ସେ ଖୁବ୍‌ କାନ୍ଦିଥିଲେ। ଅଗ୍ନିକାଣ୍ଡ ଘଟଣାରେ ଆହତ ହୋଇଥିବା ଲୋକେ କିଭଳି ସଂଘର୍ଷ କରିଥିବେ, ସେ କଥା ତାଙ୍କ ମନକୁ ଆସୁଥିଲା ।

ରାଶି କହିଛନ୍ତି, ଗୋଧରା କାଣ୍ଡରେ କ’ଣ ହୋଇଥିଲା, ଅନେକ ଲୋକ ଏହା ଜାଣନ୍ତି ନାହିଁ । ସେମାନେ ମଧ୍ୟ ଫିଲ୍ମ କରିବା ପୂର୍ବରୁ ତାହା ଜାଣିନଥିଲେ । କିନ୍ତୁ ଫିଲ୍ମ ଜରିଆରେ ସବୁ ଜାଣିପାରିଲେ। ଫିଲ୍ମରେ ଅନେକ ଭାବପ୍ରବଣ ଡାଏଲଗ୍‌ ଅଛି । ଆଉ କିଛି ସିନ୍‌ରେ ସେ ନିଜ ଲୁହକୁ ଅଟକାଇ ପାରିନଥିଲେ । ଗୋଧରା କାଣ୍ଡ ପରେ ଚତୁର୍ଦ୍ଦିଗ କେବଳ ଶବ ପଡ଼ିଥିବାର ଦୃଶ୍ୟ ତାଙ୍କୁ ଭିତରୁ ଦୋହଲାଇ ଦେଇଥିଲା ବୋଲି ରାଶି କହିଛନ୍ତି ।

Comments are closed.