Latest Odisha News

BREAKING NEWS

ଭାରତୀୟ ବଜାରରେ ଦୂର ହେବ ଛୋଟ ମୂଲ୍ୟ ନୋଟର ଅଭାବ; ବସିବ ସ୍ବତନ୍ତ୍ର ଏଟିଏମ୍‌

ନୂଆଦିଲ୍ଲୀ: ଏବେ ଛୋଟ ମୂଲ୍ୟର ନୋଟ୍‌ ଗୁଡ଼ିକର ଅଭାବ ଦୂର କରିବାକୁ ସରକାରଙ୍କ ଅଭିନବ ଉପାୟ । ଭାରତୀୟ ବଜାରରେ ଏଣିକି ଆଉ ଛୋଟ ମୂଲ୍ୟର ନୋଟ୍‌ ଗୁଡ଼ିକର ଅଭାବ ଦେଖାଯିବନାହିଁ । ଏବେ ସରକାର ସ୍ବତନ୍ତ୍ର ଏଟିଏମ୍‌ ବସାଇବା ପାଇଁ ଯୋଜନା କରୁଛନ୍ତି ।

ଖୁଚୁରା ବଜାରରେ ଲୋକେ ଅନେକ ସମୟରେ ଛୋଟ ନୋଟ୍‌କୁ ନେଇ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବଜାରରେ ଛୋଟ ନୋଟ୍‌ ମିଳୁନଥିବାକୁ ନେଇ ନିକଟରେ ସର୍ବଭାରତୀୟ ରିଜର୍ଭ ବ୍ୟାଙ୍କ କର୍ମଚାରୀ ସଂଘ ଉଦବେଗ ପ୍ରକଟ କରିଥିଲା । ବିଶେଷକରି ୧୦୦ ଟଙ୍କା ତଳକୁ ଭାରତୀୟ ନୋଟ୍‌ ପାଇଁ ଖୁଚୁରା ବଜାରରେ ଲୋକେ ଅନେକ ସମୟରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେଣୁ ଏହି ସବୁ ନୋଟ୍‌ ପର୍ଯ୍ୟାପ୍ତ ପରିମାଣରେ ଛାପିବା ପାଇଁ ସଂଘ ପକ୍ଷରୁ ଭାରତୀୟ ରିଜର୍ଭ ବ୍ୟାଙ୍କକୁ ଅନୁରୋଧ କରାଯାଇଥିଲା ।

ଆଇଆର୍‌ବିଇଏର ସାଧାରଣ ସଂପାଦକ ସମୀର ଘୋଷ ଏ ସଂକ୍ରାନ୍ତରେ ରିଜର୍ଭ ବ୍ୟାଙ୍କଙ୍କୁ ଛୋଟ ନୋଟ୍ ଏଟିଏମ୍‌ରେ ଉପଲବ୍‌ଧ କରାଇବା ପାଇଁ ପ୍ରସ୍ତାବ ଦେଇଥିଲେ । ତେବେ କିଭଳି ଭାବେ ୧୦ ଟଙ୍କିଆ, ୨୦ ଟଙ୍କିଆ ଓ ୫୦ ଟଙ୍କିଆ ନୋଟ୍‌ ସ୍ବତନ୍ତ୍ର ଏଟିଏମ୍‌ରେ ଉପଲବ୍‌ଧ ହେବ ସେ ନେଇ ପରୀକ୍ଷା ନିରୀକ୍ଷା ଜାରି ରହିଛି । ଏହି ପ୍ରରିପେକ୍ଷିରେ ମୁମ୍ବାଇରେ ପରୀକ୍ଷାମୂଳକ ଭାବେ ଏକ ଛୋଟ ନୋଟ୍‌ ପାଇଁ ଏକ ମଡେଲ୍‌ ଏଟିଏମ୍‌ ପ୍ରଦର୍ଶିତ ହୋଇଛି ।

Leave A Reply

Your email address will not be published.