ଭୁବନେଶ୍ୱର: ସଟଡାଉନକୁ ନେଇ ବଡ ଘୋଷଣା କରିଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ । ଆଜି ରାତି ୮ଟାରେ ଭୁବନେଶ୍ୱର, କଟକ ଏବଂ ଭଦ୍ରକରେ ଲାଗୁ ହୋଇଥିବା ସଟଡାଉନ୍ ଶେଷ ହେବ । ଆଉ ବଢିବନି ସଟଡାଉନ୍ ଅବଧି । ରାତି ୮ଟା ପରେ ବଜାର ଖୋଲା ରହିବ । ତେବେ ମାର୍କେଟ୍କୁ ଯାଇ ଅଯଥା ଭିଡ କରନ୍ତୁ ନାହିଁ ବୋଲି ମୁଖ୍ୟ ଶାସନ ସଚିବ ଅନୁରୋଧ କରିଛନ୍ତି । ବଜାରରେ ସବୁ ଅତ୍ୟାବଶ୍ୟକ ଜିନିଷ ମହଜୁଦ ରହିଛି । ତେଣୁ ହଠାତ୍ ସବୁ କିଣାକିଣି କରନ୍ତୁ ନାହି ାଁ ଅଳ୍ପ ଲୋକଙ୍କ ପାଇଁ ସମସ୍ତେ ହଇରାଣରେ ନପଡନ୍ତୁ । ବଜାରକୁ ଗଲେ ସାମାଜିକ ଦୂରତା ରଖିବାକୁ ପଡିବ । ନଚେତ୍ ସ୍ଥିତି ଭୟାବହ ହୋଇପାରେ । ଏହି ଦୁଇ ଦିନର ସଟଡାଉନ୍ ଫଳରେ ସଫଳତା ମିଳିଛି । ଏହାକୁ ବିଫଳ କରନ୍ତୁ ନାହିଁ ବୋଲି ମୁଖ୍ୟ ଶାସନ ସଚିବ ଅନୁରୋଧ କରିଛନ୍ତି ।
ସେ କହିଛନ୍ତି, ପରିବା ଆଣିବାକୁ ଯାଇ ଘରକୁ କରୋନା ଆଣନ୍ତୁ ନାହିଁ । ଆପଣ ଘରକୁ କରୋନା ଆଣିଲେ ଘରେ ଥିବା ଛୋଟ ପିଲା ଏବଂ ବୃଦ୍ଧ ଏଥିରେ ସଂକ୍ରମିତ ହୋଇପାରନ୍ତି । ତେଣୁ ସତର୍କ ରୁହନ୍ତୁ । ରାଜ୍ୟବାସୀ ସହଯୋଗ କଲେ ସରକାରଙ୍କ ଏହି ଅଭିଯାନ ସଫଳ ହେବ । ନଚେତ୍ ପ୍ରଶାସନ କଡା କାର୍ଯ୍ୟାନୁଷ୍ଠାନ ନେବାକୁ ବାଧ୍ୟ ହେବ ବୋଲି ମୁଖ୍ୟ ଶାସନ ସଚିବ ସ୍ପଷ୍ଟ କରିଛନ୍ତି ।
BREAKING NEWS
- ବାଂଲାଦେଶକୁ ଧୋକା ଦେଲା ଚୀନ୍ : ଚାଇନା ନିର୍ମିତ ଟ୍ୟାଙ୍କ ବିସ୍ଫୋରଣରେ ୨ ଯବାନ ସହିଦ
- ଭୁବନେଶ୍ୱରରେ ‘ବିକଶିତ ଭାରତ ଯୁବ ନେତୃତ୍ୱ ସଂଳାପ-୨୦୨୭’ର ଶୁଭାରମ୍ଭ: ଯୁବପିଢ଼ିଙ୍କୁ ମନ୍ତ୍ରୀଙ୍କ ଆହ୍ୱାନ
- ଭାରତ ରତ୍ନ ସିଏନଆର ରାଓଙ୍କୁ ‘SIR’ ନୋଟିସ କରାଯାଇଥିବା ରିପୋର୍ଟକୁ ଖଣ୍ଡନ କଲା ECI
- ବଙ୍ଗରେ ତେଜୁଛି ‘ଆମିଷ’ ବିବାଦ: ଧୀରେନ୍ଦ୍ର ଶାସ୍ତ୍ରୀଙ୍କୁ ରାଜ୍ୟ ବିଜେପି ମୁଖ୍ୟଙ୍କ ନିଶାନା, କହିଲେ-‘ବଙ୍ଗାଳୀମାନେ ମାଛ ଓ ମାଂସ ଖାଇବେ’
- Red Fort blast:NIAର ଚାର୍ଜସିଟ୍ରେ ଚାଞ୍ଚଲ୍ୟକର ଖୁଲାସା;ଲାଲକିଲ୍ଲା ବିସ୍ଫୋରଣ ମାମଲାର ଏହି ୩ଟି ଦିଗ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ…
- MMDR ଆଇନ ଓଡ଼ିଶା ସ୍ୱାର୍ଥ ବିରୋଧୀ କହି ଗର୍ଜିଲା ବିଜେଡି, ବିଜେପି କହିଲା ବିଜେଡି ଭୟ ସୃଷ୍ଟି କରୁଛି
- ରୁଟ ସୃଷ୍ଟି କଲେ ନୂଆ ଇତିହାସ: ପଛରେ ପଡ଼ିଲେ ପଣ୍ଟିଂ, ୱ
- ଓଡ଼ିଶାର ଆର୍ଥିକ ସ୍ୱାଧୀନତା ଉପରେ କୁଠାରଘାତ: ଏମଏମଡିଆର୍ ଆଇନ ବିରୋଧରେ ରାଜଭବନରେ ଫେରାଦ ହେଲା ବିଜେଡି
- ଚର୍ଚ୍ଚିତ ଏସିଏଫ୍ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ଅକ୍ଟୋବର ୧ ମଧ୍ୟରେ ବିଦ୍ୟାଭାରତୀଙ୍କୁ ତଳ କୋର୍ଟରେ ହାଜର ହେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
- ଭୁବନେଶ୍ୱରରେ ଅବକାରୀ ବିଭାଗର ବଡ଼ ଧରଣର ଚଢ଼ଉ: କାର୍ରୁ ୫୨୦ ଲିଟର ଦେଶୀ ମଦ ଜବତ, ଜଣେ ଗିରଫ

Comments are closed.