Latest Odisha News

BREAKING NEWS

ଆଜି ରାତି ୮ଟାରେ ହଟିବ ସଟ୍‌ଡାଉନ୍‌: ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର: ସଟଡାଉନକୁ ନେଇ ବଡ ଘୋଷଣା କରିଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ । ଆଜି ରାତି ୮ଟାରେ ଭୁବନେଶ୍ୱର, କଟକ ଏବଂ ଭଦ୍ରକରେ ଲାଗୁ ହୋଇଥିବା ସଟଡାଉନ୍ ଶେଷ ହେବ । ଆଉ ବଢିବନି ସଟଡାଉନ୍ ଅବଧି । ରାତି ୮ଟା ପରେ ବଜାର ଖୋଲା ରହିବ । ତେବେ ମାର୍କେଟ୍‌କୁ ଯାଇ ଅଯଥା ଭିଡ କରନ୍ତୁ ନାହିଁ ବୋଲି ମୁଖ୍ୟ ଶାସନ ସଚିବ ଅନୁରୋଧ କରିଛନ୍ତି । ବଜାରରେ ସବୁ ଅତ୍ୟାବଶ୍ୟକ ଜିନିଷ ମହଜୁଦ ରହିଛି । ତେଣୁ ହଠାତ୍ ସବୁ କିଣାକିଣି କରନ୍ତୁ ନାହି ାଁ ଅଳ୍ପ ଲୋକଙ୍କ ପାଇଁ ସମସ୍ତେ ହଇରାଣରେ ନପଡନ୍ତୁ । ବଜାରକୁ ଗଲେ ସାମାଜିକ ଦୂରତା ରଖିବାକୁ ପଡିବ । ନଚେତ୍ ସ୍ଥିତି ଭୟାବହ ହୋଇପାରେ । ଏହି ଦୁଇ ଦିନର ସଟଡାଉନ୍ ଫଳରେ ସଫଳତା ମିଳିଛି । ଏହାକୁ ବିଫଳ କରନ୍ତୁ ନାହିଁ ବୋଲି ମୁଖ୍ୟ ଶାସନ ସଚିବ ଅନୁରୋଧ କରିଛନ୍ତି ।
ସେ କହିଛନ୍ତି, ପରିବା ଆଣିବାକୁ ଯାଇ ଘରକୁ କରୋନା ଆଣନ୍ତୁ ନାହିଁ । ଆପଣ ଘରକୁ କରୋନା ଆଣିଲେ ଘରେ ଥିବା ଛୋଟ ପିଲା ଏବଂ ବୃଦ୍ଧ ଏଥିରେ ସଂକ୍ରମିତ ହୋଇପାରନ୍ତି । ତେଣୁ ସତର୍କ ରୁହନ୍ତୁ । ରାଜ୍ୟବାସୀ ସହଯୋଗ କଲେ ସରକାରଙ୍କ ଏହି ଅଭିଯାନ ସଫଳ ହେବ । ନଚେତ୍ ପ୍ରଶାସନ କଡା କାର୍ଯ୍ୟାନୁଷ୍ଠାନ ନେବାକୁ ବାଧ୍ୟ ହେବ ବୋଲି ମୁଖ୍ୟ ଶାସନ ସଚିବ ସ୍ପଷ୍ଟ କରିଛନ୍ତି ।

Leave A Reply

Your email address will not be published.