Latest Odisha News

ବିଜେଡିର ପ୍ରସ୍ତୁତି ଦେଖି ରାଜ୍ୟ ବିଜେପି ସଭାପତି ଦୋହରାଇଲେ ମିଶନ ୧୨୦ ପ୍ଲସ ନାରା

ଭୁବନେଶ୍ୱର: ପଞ୍ଚାୟତ ଏବଂ ପୌର ନିର୍ବାଚନରେ ବିରୋଧୀ ବିଜେପି ଶାସକ ଦଳ ବିଜେଡି ପାଖରୁ ଅମାନତ ହାରିଛି। ଏହି ନିର୍ବାଚନ ପରେ ରାଜ୍ୟର ସମସ୍ତ ରାଜନୀତିକ ଦଳ ପାଇଁ ଲକ୍ଷ୍ୟ ୨୦୨୪ । କେମିତି ଜିତିବ ଦଳ ଏବଂ ନେତା । ଏହାରି ଭିତରେ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ଓଡ଼ିଶାରେ ତାଙ୍କ ଦଳର ଲକ୍ଷ୍ୟ ମିଶନ ୧୨୦ ପ୍ଲସ ବୋଲି ମିଡିଆକୁ କହିଛନ୍ତି। ସମୀରଙ୍କ ଏହି ପ୍ରତିକ୍ରିୟା ଗତକାଲି ବିଜେଡିର ବିଭିନ୍ନ ଜିଲ୍ଲାର ପର୍ଯ୍ୟବେକ୍ଷକଙ୍କ ସହ ଦଳର ସପ୍ରିମୋ ନବୀନ ପଟ୍ଟନାୟକ ଆଲୋଚନା କରି ଗୁରୁମନ୍ତ୍ର ଦେବା ପରେ ଆସିଛି ।

ସମୀର ମହାନ୍ତି ଆଜି ମିଡିଆକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ରାଜ୍ୟର ଏ ସରକାର କପି-ପେଷ୍ଟ ସରକାର । କେନ୍ଦ୍ରର ଯୋଜନାକୁ କପି କରି ରାଜ୍ୟରେ ଲାଗୁ କରୁଛୁ । ଆମ ଦଳ ମଧ୍ୟ ମିଶନ ୨୦୨୪ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି । ସମୟ ଆସିଲେ ଗଣମାଧ୍ୟମକୁ ଅବଗତ କରାଯିବ । କିନ୍ତୁ ରଣନୀତି କଣ ରହିବ ତାହା ଦଳୀୟ ବ୍ୟାପାର । ମିଡିଆକୁ କହି ହେବନାହିଁ । ରାଜ୍ୟବାସୀ ବିଜେପିକୁ ବିରୋଧୀ ଆସନରେ ବସାଇଛନ୍ତି । ତେଣୁ ଲୋକ ଯେଉଁ ଦାୟିତ୍ୱ ଦେଇଛନ୍ତି ତାକୁ କିଭଳି ଠିକ୍ ଭାବେ ତୁଲାଇ ହେବ ତାହା ବିଜେପି କରିବ । ନିଶ୍ଚିତ ଭାବେ ବିଜେପି ଆଗାମୀ ଦିନରେ ଭଲ କରିବ । ବିଜେପି ରାଜ୍ୟରେ ୧୨୦ରୁ ଅଧିକ ଆସନରେ ଜିତିବାକୁ ଲକ୍ଷ୍ୟ ରଖିବ ।

ଉଲ୍ଲେଖଯୋଗ୍ୟ, ୨୦୧୯ ବିଧାନସଭା ନିର୍ବାଚନରେ ମଧ୍ୟ ସମାନ ମିଶନ ୧୨୦ ପ୍ଲସ କଥା କହି ରାଜ୍ୟ ବିଜେପି ମୈଦାନକୁ ଓହ୍ଲାଇଥିଲା। କିନ୍ତୁ ଶାସକ ଦଳ ଆଗରେ ଏହି ମିଶନ ସଫଳ ହୋଇପାରିନଥିଲା।

ଗତକାଲି ନବୀନ ନିବାସରେ ବିଜେଡି ସମୀକ୍ଷା ବୈଠକ କରିଥିଲା। ଏହି ବୈଠକରେ ବିଭିନ୍ନ ଜିଲ୍ଲାର ପର୍ୟ୍ୟବେକ୍ଷକଙ୍କ ସହ ନବୀନ ଆଲୋଚନା କରିଥିଲେ।  ମିଳିଥିବା ସୂଚନା ଅନୁସାର ନିକଟରେ ଶେଷ ହୋଇଥିବା ନିର୍ବାଚନର ଫଳାଫଳକୁ ସୁପ୍ରିମୋ ଅନୁଧ୍ୟାନ କରିବା କହିଛନ୍ତି । କେଉଁଠି ପ୍ରତିପକ୍ଷ ଦଳ ଅଧିକ ଭୋଟ୍ ପାଇଲେ ଏବଂ କେଉଁ କାରଣ ପାଇଁ ଲୋକେ ବିଜେଡିକୁ ଭୋଟ୍ ନଦେଇ ପ୍ରତିପକ୍ଷ ଦଳକୁ ଭୋଟ୍ ଦେଲା ତାକୁ ମାଇକ୍ରୋ ଲେବୁଲ ସ୍ତରରେ ସମୀକ୍ଷା କରି ରିପୋର୍ଟ ଦେବାକୁ କହିଛନ୍ତି। ଏପରି କରି ବିଜେଡି ୨୦୧୪ ବେଳକୁ ତୃଣମୂଳସ୍ତରରେ ଭୋଟ୍ ବ୍ୟାଙ୍କ ମଜବୁତ କରିବାକୁ ଲକ୍ଷ୍ୟ ରଖିଛି।

ଏହାବାଦ ନିର୍ବାଚନ ବେଳେ କିଏ ଟିକେଟ୍ ପାଇବ ତାହା ମଧ୍ୟ ଏହି ରିପୋର୍ଟ ଆଧାରରେ ପ୍ରସ୍ତୁତ ହେବ ବୋଲି ଜଣାପଡିଛି। ତେଣୁ ଜିଲ୍ଲା ପର୍ୟ୍ୟବେକ୍ଷକଙ୍କୁ ନିର୍ବାଚିତ ପ୍ରତିନିଧିଙ୍କୁ ନେଇ ଲୋକଙ୍କ ମନରେ କଣ ରହିଛି, ବିଧାୟକ କିମ୍ବା ସାଂସଦ ଲୋକଙ୍କ ସହ କେମିତି ସଂପର୍କ ରଖିଛନ୍ତି ଏହାର ଅନୁଧ୍ୟାନ କରି ରିପୋର୍ଟ ଦେବାକୁ ନବୀନ ନିର୍ଦ୍ଦେଶ ଦେଇଥିବା ସୂଚନା ରହିଛି।

କହିରଖୁଛୁ, ବିଜେଡିର ଏହି ସମୀକ୍ଷା ବୈଠକ ତିନି ଧରି ଚାଲିବ । ଆଜି ବୈଠକର ଦ୍ୱିତୀୟ ଦିନ । ୩୨ ସାଂଗଠନିକ ଜିଲ୍ଲାକୁ ଜୋନ ୱାରି ବିଭକ୍ତ କରି କିଛି ଟାଣୁଆ ଓ ବରିଷ୍ଠ ନେତାଙ୍କୁ ଦାୟିତ୍ୱ ଦେଇ ସଂଗଠନକୁ ଶାଣିତ କରିବା ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରୁଛି ବିଜେଡି ।

Comments are closed.