Latest Odisha News

BREAKING NEWS

ବରୁଣଙ୍କ କାନ୍ଦ ସହି ନ ପାରି ଓମଲେଟ ଖୁଆଇଥିଲେ ଦିବ୍ୟା ଭାରତୀ

ମୁମ୍ବାଇ: ଅଭିନେତା ବରୁଣ ଧାୱନ ୨୪ ଏପ୍ରିଲରେ ତାଙ୍କର ୩୫ତମ ଜନ୍ମଦିନ ପାଳନ କରିଛନ୍ତି । ସେ ଏହି ଅବସରରେ ଏକ ପୁରୁଣା ସ୍ମୃତି ଶେୟାର କରିଛନ୍ତି । ବାପା ଡେଭିଡ ଧାୱନଙ୍କ ସହ ସେ ପ୍ରାୟ ଫିଲ୍ମ ସେଟକୁ ଯାଇଥାନ୍ତି । ଗୋବିନ୍ଦା ଓ ଦିବ୍ୟା ଭାରତୀ ଅଭିନୀତ ଶୋଲା ଔର ଶବନମ ଶୁଟିଂ ବେଳେ ୪ ବର୍ଷୀୟ ବରୁଣ ସେଟରେ ଥିଲେ । ହଠାତ ତାଙ୍କୁ ପ୍ରବଳ ଭୋକ ଲାଗିଲା । ସେ କାନ୍ଦି କାନ୍ଦି ଗଡି ଯାଇଥିଲେ । ତାଙ୍କ କାନ୍ଦ ସହି ନ ପାରି ଦିବ୍ୟା ଭାରତୀୟ ସେଟରେ ନିଜେ ଓମଲେଟ କରି ତାଙ୍କୁ ଖୁଆଇଥିଲେ ।

ଏହି ଅବସରରେ ସେ କହିଥିଲେ ଭଗବାନ ମୋତେ ଯଦି ସୁଯୋଗ ଦେଇଥାନ୍ତି ତାହାହେଲେ ନିଶ୍ଚିତ ଭାବେ ଦିବ୍ୟା ଭାରତୀ, କରିଶ୍ମା କାପୁର ଓ ଜୁହୀ ଚାୱାଲାଙ୍କ ସହ ଅଭିନୟ କରିଥାନ୍ତି । ବରୁଣଙ୍କ ଆଗାମୀ ଫିଲ୍ମ ଭେଡିୟା ୨୫ ନଭେମ୍ବର ୨୦୨୨ରେ ରିଲିଜ ହେବ । ସେଥିପାଇଁ ସେ ଜୋରଦାର ପ୍ରସ୍ତୁତି ଚଳାଇଛନ୍ତି । ଜାହ୍ନବୀ କାପୁରଙ୍କ ସହ ସେ ନୂତନ ଫିଲ୍ମ ବବାଲର ଶୁଟିଂରେ ବ୍ୟସ୍ତ ଅଛନ୍ତି ।

Leave A Reply

Your email address will not be published.