Latest Odisha News

BREAKING NEWS

ଭୁଶୁଡିବାକୁ ବସିଛି ଇସ୍ପାତ ରାଜଧାନୀ କଳିଙ୍ଗନଗର; ଜୀବିକା ହରାଇ ପେଟଚିନ୍ତାରେ କର୍ମଚାରୀ

ଯାଜପୁର: ଏସିଆ ମହାଦେଶର ଇସ୍ପାତ ରାଜଧାନୀ କୁହାଯାଉଥିବା କଳିଙ୍ଗନଗର ର ସ୍ଥିତି ଏବେ ସଂଗିନ୍ । ଭୁଶୁଡିବାକୁ ବସିଛି ଏହି ଶିଳ୍ପ ରାଜଧାନୀ । ଅତି ଶୋଚନୀୟ ହୋଇପଡିଛି ଅନେକ ବଡ ବଡ ଇସ୍ପାତ କାରଖାନାର ସ୍ଥିତି । ବହୁ କାରଖାନା ବନ୍ଦ ହୋଇଯାଇଥିବା ବେଳେ ଅନେକ ଏବେ ବନ୍ଦ ହେବା ସ୍ଥିତିରେ । ହଜାର ହଜାର ଶ୍ରମିକ ଓ କର୍ମଚାରୀ ବେକାର, ଭୋକିଲା ତାଙ୍କ ପରିବାର । କାରଖାନା ଚାଲୁନି କି ଦରମା ମିଳୁନି ।

ଏକମାତ୍ର ରାଷ୍ଟ୍ରାୟାତ ଉଦ୍ୟେଗ ନୀଳାଚଳ ଇସ୍ପାତ ନିଗମ, ମେସ୍କୋ ଷ୍ଟିଲ୍, ମୈଥାନ ଇସ୍ପାତ, କେ.ଜେ ଇସ୍ପାତ ଓ ରୋହିତ୍ ଫେରୋଟେକ୍ ଆଦି ଇସ୍ପାତ କାରଖାନା ଗୁଡିକ ବନ୍ଦ ଥିବାବେଳେ ଭିସା ଷ୍ଟିଲ୍, ୟାଜଦାନୀ ଓ ବି.ଆର.ପି.ଏଲ୍(ବୈତରଣୀ ରିଭର ପେଲେଟ୍ ଲିମିଟେଡ୍) ଆଦି ଇସ୍ପାତ କାରଖାନା ଗୁଡିକ ଆଂଶିକ ଭାବେ ଚାଲୁଛି । ତେଣୁ ଏଭଳି ପରିସ୍ଥିତି ପାଇଁ ହଜାର ହଜାର ଶ୍ରମିକ ଓ କର୍ମଚାରୀ ଜୀବିକା ହରାଇ ଘରେ ବସିଛନ୍ତି । ସେମାନଙ୍କୁ ଏବେ ଘାରିଛି ପରିବାର ପ୍ରତିପୋଷଣ ଚିନ୍ତା । ମୈଥାନ ଇସ୍ପାତ କାରଖାନାର ଶ୍ରମିକ ଓ କର୍ମଚାରୀ ୧୮ ମାସ ହେଲା ଦରମା ପାଇ ନଥିବା ବେଳେ ମେସ୍କୋ କର୍ମଚାରୀ ୬ ମାସର ଓ ନୀଳାଚଳ ଇସ୍ପାତ କାରଖାନା କର୍ମଚାରୀ ୪ ମାସ ହେବ ଦରମା ପାଇ ନାହାନ୍ତି । ତେବେ ମାସ ମାସ ଧରି ଦରମା ପାଇ ନଥିବା ଶ୍ରମିକ ଓ କର୍ମଚାରୀ ମାନଙ୍କ ପରିବାରର ଆର୍ଥୀକ ଓ ସାମାଜିକ ସ୍ଥିତି ଅତି ଶୋଚନୀୟ ହୋଇପଡିଛି ।

ଫଳରେ ଏନେଇ ବିଭିନ୍ନ ସମୟରେ ଅନ୍ଦୋଳନ ହେଉଛି । ହେଲେ ଫଳ ଶୂନ । ଅନ୍ୟପଟେ ଶିଳ୍ପ ପ୍ରତିଷ୍ଠା ପାଇଁ ଭିଟାମାଟି ହରାଇଥିବା ପରିବାର ମଧ୍ୟ ଆଜି ଜୀବିକା ହରାଇଛନ୍ତି । ଏନେଇ ନିଜର କ୍ଷୋଭ ପ୍ରକାଶ କରିଛନ୍ତି ସିସ୍ଥାପିତ ପରିବାର । ଏହାର ସମାଧାନ ପାଇଁ ଶ୍ରମ ବିଭାଗ, ଶ୍ରମ ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଯଥାଶିଘ୍ର କୌଣସି ପଦକ୍ଷେପ ନେବାକୁ ଦାବି କରିଛନ୍ତି । ସେପଟେ ଆଇନ ଅନୁଯାୟୀ ସବୁକିଛି ଚାଲୁଥିବା କହିଛନ୍ତି ଯୁଗ୍ମ ଶ୍ରମ ଆୟୁକ୍ତ । ଶ୍ରମିକ ଓ କର୍ମଚାରୀଙ୍କୁ ବକେୟା ଦରମା ପ୍ରଦାନ କରିବାକୁ ଶିଳ୍ପ ସଂସ୍ଥା ମାନଙ୍କୁ ଚିଠି କରାଯାଇଥିବା ସେ କହିଛନ୍ତି ।

Leave A Reply

Your email address will not be published.