Latest Odisha News

BREAKING NEWS

୧୩ ବର୍ଷର ସର୍ବ କନିଷ୍ଠ ପିତାର ଦୁଃଖଭରା ସତ୍ୟ କାହାଣୀ

ଲଣ୍ଡନ: ପିତୃ ଦିବସରେ ଆମେ ଆମ ଜନ୍ମଦାତାଙ୍କୁ ମନେ ପକାଉଛି । ତେବେ ଆପଣମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ଲଣ୍ଡନର ୧୩ ବର୍ଷ ବୟସ୍କ ଛୋଟ ପିଲାଟିଏ କିପରି ସର୍ବ କନିଷ୍ଠ ବାପା ହୋଇଥିଲା । ଏଲଫି ପ୍ୟାଟେନଙ୍କୁ ଯେତେବେଳେ ୧୨ ବର୍ଷ ବୟସ ହୋଇଥିଲା, ତାଙ୍କ ଘରକୁ ଜଣେ ୧୫ ବର୍ଷର ଝିଅ(କାଳ୍ପନିକ ନାମ ନିଶା) ଯିବା ଆସିବା କରିଥାନ୍ତି । ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ଯେତେବେଳେ ନିଶା ଜାଣିଲେ ସେ ୪ ମାସର ଗର୍ଭବତୀ ସେମାନଙ୍କ ପାଦ ତଳୁ ଭୂମି ଖସି ଯାଇଥିଲା । ଏଲଫି ଆର୍ବସନ ସପକ୍ଷରେ ନ ଥିଲେ । ଯାହା ଯେମିତି ହେଉ ଏଲଫି ବାପା ହେବାର ସୌଭାଗ୍ୟ ଅର୍ଜନ କଲେ । ତେବେ ଦୁଃଖର କଥା ନିଶା ତାଙ୍କ ସହ ବିଶ୍ୱାସଘାତକତା କରି ଅନ୍ୟ ଜଣଙ୍କୁ ବିବାହ କରିଥିଲେ ।

ଏଲଫିଙ୍କ ମନରେ ସନ୍ଦେହ ଉପୁଜିଲା ସେ ଏହି ପିଲାର ବାପା ତ ? କାରଣ ସେ ଥରେ ମାତ୍ର ସମ୍ପର୍କ ସ୍ଥାପନ କରିଥିଲେ । କିଛି ବର୍ଷ ପରେ ସେ ଡିଏନଏ ଟେଷ୍ଟ କରାଇଥିଲେ ଏବଂ ଏଥିରେ ଜଣା ପଡିଥିଲା ଅନ୍ୟ ଜଣେ ବ୍ୟକ୍ତି ଟାୟଲର ୱାର୍କର ପିଲାଟିର ବାପା ଅଟନ୍ତି । ଏଲଫିଙ୍କ ଛୋଟ ବୟସର ଭୁଲ ତାଙ୍କ ଜୀବନ ବର୍ବାଦ କରି ଦେଇଥିଲା । ସେ ନିଶା ଏବଂ କୁସଙ୍ଗତରେ ପଡି ଯାଇଥିଲେ । ଏପରିକି ସେ ଜେଲ ବି ଯାଇଥିଲେ । ଏବେ ଏଲଫିଙ୍କୁ ୨୫ ବର୍ଷ । ନିଶା କାରୋବାର କାରଣରୁ ପୋଲିସ ଏଲଫି ଓ ତାଙ୍କ ମାଆଙ୍କୁ ବେଘର କରି ଦେଇଛନ୍ତି । ଏବେ ସେ ନିଜ ଗୋଡରେ ଛିଡା ହେବାକୁ ଉଦ୍ୟମ କରୁଛନ୍ତି । ଦେଖାଯାଉ ଏହି କନିଷ୍ଠ ବାପା କିପରି ତାଙ୍କ ଏହି ଯାତ୍ରାରେ ସଫଳ ହେଉଛନ୍ତି ।

Comments are closed.