Latest Odisha News

8 ମାସରେ 6 କ୍ୟାପ୍ଟେନ୍ ଏକ ଚ୍ୟାଲେଞ୍ଜ୍ : ଦ୍ରାବିଡ

ବାଙ୍ଗାଲୋର:  ଭାରତୀୟ କ୍ରିକେଟ ଟିମରେ 8 ମାସରେ 6 ଜଣ କ୍ୟାପ୍ଟେନ ଦେଖିବାକୁ ମିଳିଲାଣି । ବିରାଟ କୋହଲିଙ୍କ ପରେ ଏହି ପରିବର୍ତ୍ତନ ଜାରି ରହିଛି । ନୂଆ କ୍ୟାପ୍ଟେନ ମଧ୍ୟ ନିଜର ନେତୃତ୍ବର ପରିଚୟ ଦେଇଛନ୍ତି ।  ଭାରତରେ କ୍ରିକେଟ ପାଇଁ ଏହା ଭଲ ଖବର ଏବଂ  ଅତ୍ୟନ୍ତ ରୋମାଞ୍ଚକର ବୋଲି କହିଛନ୍ତି କୋଚ ରାହୁଲ ଦ୍ରାବିଡ । ତେବେ ଏହି ପରିବର୍ତ୍ତନକୁ ନେଇ ସୋସିଆଲ ମିଡିଆରେ ଚର୍ଚା ଥମିବାର ନା ଧରୁନି । ଖେଳାଳିଙ୍କ ପ୍ରଶଂସକମାନେ ନିଜ ନିଜର ପ୍ରିୟ ଖେଳାଳିଙ୍କୁ ଅଧିନାୟକଭାବେ ଦେଖିବାକୁ ଚାହୁଁଛନ୍ତି ।

ଟିମ୍ ଇଣ୍ଡିଆ ପାଇଁ ବିସିସିଆଇ ଗୋଟିଏ ବର୍ଷରେ  ବିରାଟ କୋହଲି , ଶିଖର ଧଓ୍ବନ , ରୋହିତ ଶର୍ମା, କେଏଲ୍ ରାହୁଲ, ଋଷଭ ପନ୍ଥ, ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ କ୍ୟାପ୍ଟେନ ଭାବେ ଦାୟିତ୍ବ ଦେଇଛି । ଏଠାରେ ସୂଚନାଯୋଗ୍ୟ   ଟି -20 ବିଶ୍ୱକପ ପରେ ବିସିସିଆଇ ରୋହିତ ଶର୍ମାଙ୍କୁ ଟି -20 ଦଳର ଅଧିନାୟକ ଭାବରେ ନିଯୁକ୍ତ କରିଥିଲା। ଦକ୍ଷିଣ ଆଫ୍ରିକା ବିପକ୍ଷରେ ଚାଲିଥିବା 5 ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ପାଇଁ ନିୟମିତ ଅଧିନାୟକ ରୋହିତ ଶର୍ମାଙ୍କୁ ବିଶ୍ରାମ ଦିଆଯାଇଥିଲା।

ଏହା ପରେ ବିସିସିଆଇ ଅଧିନାୟକ ଦାୟିତ୍ୱ କେ.ଏଲ୍ ରାହୁଲଙ୍କୁ ଦେଇଥିଲା, କିନ୍ତୁ ଆହତ ହେତୁ ରାହୁଲ ସିରିଜରୁ ବାଦ ପଡିଥିଲେ। ରାହୁଲ ସିରିଜରୁ ବାହାରିବା ପରେ ବିସିସିଆଇ ୱିକେଟ୍ କିପର ଋଷଭ ପନ୍ତଙ୍କୁ ଅଧିନାୟକ ଭାବେ ନିଯୁକ୍ତ କରିଥିଲା। ଦକ୍ଷିଣ ଆଫ୍ରିକା ପରେ ଭାରତୀୟ ଦଳ ଆୟର୍ଲାଣ୍ଡ ଗସ୍ତ କରିବ ।  ସେଠାରେ ଦଳ 26 ଏବଂ 28 ଜୁନ୍ ରେ ଦୁଇଟି ଟି -20 ମ୍ୟାଚ୍ ଖେଳିବ  । ଏହି ଦଳର ନେତୃତ୍ୱ ହାର୍ଦ୍ଦିକ ପାଣ୍ଡ୍ୟା ନେଉଥିବା ଦେଖିବାକୁ ମିଳିବ।

ଗତ ଆଠ ମାସ ମଧ୍ୟରେ ଆମେ ଛଅ ଜଣ କ୍ୟାପ୍ଟେନଙ୍କୁ ଦେଖିଥିବା କହିଛନ୍ତି ଦ୍ରାବିଡ । ଦ୍ରାବିଡ କହିଛନ୍ତି କୋଚ ଭାବେ କାର୍ଯ୍ୟ  ଆରମ୍ଭ କରିବା ସମୟରେ ସେ ଏଭଳି ଭାବିନଥିଲେ । କିନ୍ତୁ ଖେଳର  ପ୍ରକୃତି ବଦଳିବା ସହ  କୋଭିଡର ପ୍ରକୃତି ବଦଳିବାରୁ ଏପରି ନିଷ୍ପତ୍ତି ନିଆଯାଇଥିବା ସେ କହିଛନ୍ତି ।

ଏହି ସମୟ ମଧ୍ୟରେ ଅନେକ ଯୁବକଙ୍କୁ ନେତୃତ୍ୱ ନେବାର  ସୁଯୋଗ ମିଳିଛି ବୋଲି କହିଛନ୍ତି ଦ୍ରାବିଡ ।  ଗତ ଆଠ ମାସ ମଧ୍ୟରେ ଟେଷ୍ଟ କ୍ରିକେଟ୍ ଦୃଷ୍ଟିରୁ ଦକ୍ଷିଣ ଆଫ୍ରିକା ଭ୍ରମଣ ଟିକେ ନିରାଶାଜନକ ଥିଲା। ଆମର ଧଳା ବଲ୍  କ୍ରିକେଟ୍ ଖେଳିବା ଉନ୍ନତି  ହୋଇଛି । ଆମ ପାଖରେ ଥିବା ଦ୍ରୁତ ବୋଲିଂ ପ୍ରତିଭା ମଧ୍ୟ ଦେଖିବାକୁ ମିଳିଛି । ଅନେକ ଯୁବ ଖେଳାଳି ସେମାନଙ୍କ ଦକ୍ଷତା ପ୍ରଦର୍ଶନ କରିବାର ସୁଯୋଗ ପାଇଛନ୍ତି । ଏହା ଭାରତୀୟ କ୍ରିକେଟ୍ ପାଇଁ ପ୍ରକୃତରେ ଭଲ ସଙ୍କେତ ।  ଆଗାମୀ ଦିନରେ ଏହି ପରିବର୍ତ୍ତନ ଖେଳରେ ରୋମାଞ୍ଚ ଆଣିଦେବ ବୋଲି କହିଛନ୍ତି ଦ୍ରାବିଡ ।

Leave A Reply

Your email address will not be published.