Latest Odisha News

BREAKING NEWS

ଆଗକୁ ଆସୁଛି ଏହି ସବୁ କ୍ରୀଡା, କ୍ରୀଡାବିତଙ୍କ ଉପରେ ଆଧାରିତ ଫିଲ୍ମ

ମୁମ୍ବାଇ: ବଲିଉଡରେ ଧିରେ ଧିରେ କ୍ରୀଡା ଭିତିକ ଫିଲ୍ମର ଚାହିଦା ବୃଦ୍ଧି ପାଇବାରେ ଲାଗିଛି । ଲଗାନ, ଦଙ୍ଗଲ, ମେରୀକମ ଓ ଏମଏସ ଧୋନୀ ଫିଲ୍ମ ସୁପରହିଟ ହେବା ପରେ ଏବେ ରିଲିଜ ହେବାକୁ ଯାଉଛି ବହୁ ପ୍ରତୀକ୍ଷୀତ ୮୩ । ଏହା ବ୍ୟତୀତ ଆହୁରି ଅନେକ ଫିଲ୍ମର ଶୁଟିଂ ଜାରୀ ରହିଛି । ସେଗୁଡିକ ହେଲା-
ଜର୍ସି: ଶାହିଦ କାପୁର, ମୃଣାଳ ଠାକୁର, ପଙ୍କଜ ତ୍ରିପାଠୀ (୩୧ ଡିସେମ୍ବର ୨୦୨୧) । ଫିଲ୍ମରେ ପତ୍ନୀଙ୍କ ସମାଲୋଚନା ଶୁଣି ଶୁଣି ଶାହିଦ କ୍ରିକେଟ ପଡିଆକୁ ଫେରିଛନ୍ତି । ଏହା ପରେ ସେ କିପରି ସଫଳତା ହାସଲ କରିଛନ୍ତି ତାହା ଉପରେ ଫିଲ୍ମ ଆଧାରିତ ।
ମିଷ୍ଟର ଆଣ୍ଡ ମିସେଜ ମାହୀ: ରାଜକୁମାର ରାଓ, ଜାହ୍ନବୀ କାପୁର(୨୦୨୨) । କରଣ ଜୋହରଙ୍କ ଧର୍ମା ପ୍ରଡକ୍ସନ ବ୍ୟାନରରେ ନିର୍ମିତ ହେଉଥିବା ଏହି ଫିଲ୍ମ ଏକ କ୍ରିକେଟ ଯୋଡିଙ୍କ ଜୀବନ ଉପରେ ଆଧାରିତ । ଶରଣ ଶର୍ମା ଏହାର ନିର୍ଦ୍ଦେଶନା ଦେଇଛନ୍ତି ।

ମୈଦାନ: ଅଜୟ ଦେବଗାନ, ପ୍ରିୟାମଣି (୩ ଜୁନ ୨୦୨୨): ଫୁଟବଲ କୋଚ ସୟେଦ ଅବଦୁଲ ରହେମାନଙ୍କ ଜୀବନ ଉପରେ ଏହା ଆଧାରିତ । ଅମିତ ଶର୍ମାଙ୍କ ନିର୍ଦ୍ଦେଶନାରେ ପ୍ରସ୍ତୁତ ହେଉଥିବା ଏହି ଫିଲ୍ମରେ ଅଜୟ କୋଚ ସୟେଦଙ୍କ ଭୂମିକା କରୁଛନ୍ତି ।
ଲାଇଗର: ବିଜୟ ଦେବରକୋଣ୍ଡା, ଅନନ୍ୟା ପାଣ୍ଡେ(୯ ସେପ୍ଟେମ୍ବର ୨୦୨୧) । ପୁରୀ ଜଗନ୍ନାଥଙ୍କ ନିର୍ଦ୍ଦେଶନାରେ ପ୍ରସ୍ତୁତ ହେଉଥିବା ଫିଲ୍ମ ଜଣେ ବକ୍ସରଙ୍କ ଜୀବନ ଉପରେ ଆଧାରିତ । ବିଜୟ ମୂଖ୍ୟ ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି । ଏଥିରେ ମାଇକ ଟାଇସନ ଅତିଥି କଳାକାର ଭାବେ ଦେଖାଦେବେ ।
ସାବାସ ମିଠୁ: ତାପସୀ ପନ୍ନୁ, ଅଲୀ ପାଲିଜା (୨୦୨୨) । ମହିଳା କ୍ରିକେଟର ମିଥାଲୀ ରାଜଙ୍କ ଜୀବନ ଉପରେ ଏହା ଆଧାରିତ । ରଶ୍ମି ରକେଟ ପରେ ତାପସୀ ଆଉ ଏକ ସ୍ପୋର୍ଟ୍ସ ଡ୍ରାମାରେ ମୂଖ୍ୟ ଭୂମିକା କରୁଛନ୍ତି ।

Leave A Reply

Your email address will not be published.