Latest Odisha News

BREAKING NEWS

ଡିସେମ୍ବର ପହିଲାରୁ ମହଙ୍ଗା ମାଡ, ପୁଣି ବଢିଲା ଏଲପିଜି ଦର

ଭୁବନେଶ୍ୱର: ଡିସେମ୍ବର ପହିଲାରୁ ପୁଣି ମହଙ୍ଗା ମାଡ । ଆଜିଠାରୁ ପୁଣିଥରେ ଏଲପିଜି ଗ୍ୟାସ ଦରରେ ବଢିଲା । କମର୍ସିଆଲ ସିଲିଣ୍ଡରର ଦର ୧୦୦ ଟଙ୍କା ବୃଦ୍ଧି ପାଇଛି । ଯଦିଓ ଘରୋଇ ଗ୍ୟାସ ସିଲିଣ୍ଡରର ଦର ବୃଦ୍ଧି ପାଇନାହିଁ, କିନ୍ତୁ କମର୍ସିଆଲ ସିଲିଣ୍ଟର ଦର ବୃଦ୍ଧି ପାଇଥିବାରୁ ଖାଇବା ପିଇବା ସବୁ ମହଙ୍ଗା ହେବ , ଯାହାର ପରୋକ୍ଷ ପରିଣାମ ସାଧାରଣ ଲୋକଙ୍କ ଉପରେ ପଡିବ ।

କମର୍ସିଆଲ ସିଲିଣ୍ଡରର ମୂଲ୍ୟ ୧୦୦ ଟଙ୍କା ବୃଦ୍ଧି ପାଇବା ପରେ ଦେଶର ରାଜଧାନୀ ଦିଲ୍ଲୀରେ ୧୯ କିଲୋଗ୍ରାମ ସିଲିଣ୍ଡର ମୂଲ୍ୟ ୨୧୦୧ ଟଙ୍କାକୁ ବୃଦ୍ଧି ପାଇଛି। ଏହା ପୂର୍ବରୁ ନଭେମ୍ବର ୧ ରେ କମର୍ସିଆଲ ଏଲପିଜି ଗ୍ୟାସ ସିଲିଣ୍ଡର ମୂଲ୍ୟ ୨୬୬ ଟଙ୍କା ବୃଦ୍ଧି କରାଯାଇଥିବାରୁ ସିଲିଣ୍ଡର ମୂଲ୍ୟ ୨୦୦୦.୫୦ ଟଙ୍କାକୁ ବୃଦ୍ଧି ପାଇଥିଲା ।

ଅନ୍ୟପଟେ ଏଥର ଘରୋଇ ଗ୍ୟାସ ସିଲିଣ୍ଡର ମୂଲ୍ୟପରିବର୍ତ୍ତନ କରାଯାଇ ନାହିଁ ଏବଂ ଅକ୍ଟୋବରରେ ଶେଷ ଥର ପାଇଁ ମୂଲ୍ୟ ବୃଦ୍ଧି କରାଯାଇଥିଲା । ଦିଲ୍ଲୀ ଏବଂ ମୁମ୍ବାଇରେ ଅଣ-ସବସିଡି ଯୁକ୍ତ ୧୪.୨ କିଲୋଗ୍ରାମ ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟ ବର୍ତ୍ତମାନ ୮୯୯.୫୦ ଟଙ୍କା ରହିଛି। କୋଲକାତାରେ ଘରୋଇ ଗ୍ୟାସର ମୂଲ୍ୟ ୯୨୬ ଟଙ୍କା ଥିବାବେଳେ ଚେନ୍ନାଇରେ ୧୪ କିଲୋଗ୍ରାମ ସିଲିଣ୍ଡରର ମୂଲ୍ୟ ୯୧୫.୫ ଟଙ୍କା ରହିଛି।

Leave A Reply

Your email address will not be published.