ମୁମ୍ବାଇ: ଆଜି ବଲିଉଡ ଅଭିନେତା ରଣବୀର କପୁରଙ୍କ ଜନ୍ମଦିନ। ୪୧ ବର୍ଷରେ ପଦାର୍ପଣ କରିଛନ୍ତି ଅଭିନେତା । ଏ ଅବସରରେ ତାଙ୍କ ପାଖକୁ ଫ୍ୟାନ୍ସ ଓ ସେଲିବ୍ରେଟିଙ୍କ ଶୁଭେଚ୍ଛାର ସୁଅ ଛୁଟୁଛି । ୧୯୮୨ ମସିହା ୨୮ ସେପ୍ଟେମ୍ବରରେ ମୁମ୍ବାଇରେ ଜନ୍ମ ଗ୍ରହଣ କରିଥିଲେ ରଣବୀର । ଅଭିନେତା ଋଷି କପୁର ଓ ଅଭିନେତ୍ରୀ ନୀତୁ ସିଂଙ୍କ ପୁଅ ହେଉଛନ୍ତି ରଣବୀର । ଆଜି ତାଙ୍କ ଜନ୍ମଦିନରେ ତାଙ୍କ ଫ୍ୟାନ୍ସମାନଙ୍କୁ ଭେଟି ଦେଇଛନ୍ତି ଏକ ବଡ ଉପହାର । ରଣବୀର କପୁରଙ୍କ ଅଭିନୀତ ୨୦୨୩ର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ଆନିମଲ’ର ଟିଜର ରିଲିଜ ହୋଇଛି ।
ଏହି ଫିଲ୍ମର ପୋଷ୍ଟର ରିଲିଜ୍ ପରଠାରୁ ପ୍ରଶଂସକମାନେ ଉତ୍ସାହର ସହିତ ଫିଲ୍ମ ରିଲିଜ୍ ତାରିଖକୁ ଅପେକ୍ଷା କରି ରହିଛନ୍ତି । ବର୍ତ୍ତମାନ ପ୍ରଶଂସକମାନଙ୍କୁ ଫିଲ୍ମ ମେକର୍ସ ଦେଇଛନ୍ତି ଏକ ବଡ଼ ଉପହାର । ୧ ମିନିଟ୍ ୨୯ ମିନିଟର ଏହି କ୍ଲିପ୍ସରେ ମେକର୍ସ ରଣବରୀ କପୁରଙ୍କର ଆନିମଲ୍ ଲୁକ୍ ଦେଖିବା ପାଇଁ ଚେଷ୍ଟା କରିଛନ୍ତି ଯାହା ଦର୍ଶକଙ୍କୁ ବେଶ୍ ପସନ୍ଦ ମଧ୍ୟ ଆସୁଛି । ଟିଜର ଆରମ୍ଭରୁ ରଶ୍ମିକା ମନ୍ଦାନା ଏବଂ ଅନୁଲ କପୁରଙ୍କୁ ଏକାଠି ଦେଖିବା ପାଇଁ ମିଳୁଛି ଏହା ପର ସିନରେ ଅନିଲ କପୁର ରଣବୀର କପୁରଙ୍କୁ ଚାପୁଡା ମାରୁଥିବାର ଦେଖିବା ପାଇଁ ମୁଳିଛି । ଏହି ସମୟରେ ରଣବୀର ଲୁକ୍ ତାଙ୍କ ରିଆକ୍ସନ ଖୁବ ଜବରଦସ୍ତ ରହିଛି । ଚାପୁଡା ମାରିବା ସମୟରେ ଅନିଲ କପୁର କହୁଛନ୍ତି ଜ୍ୟୋତି, ଆମେ ଜଣେ ଅପରାଧୀକୁ ଜନ୍ମ ଦେଇଛୁ । ଅନ୍ୟପଟେ ରଣବୀର କପୁର, ରଶ୍ମିକା ମନ୍ଦାନାଙ୍କୁ କହୁଛନ୍ତି ଯେ, ମୋ ବାପା ଦୁନିଆର ସର୍ବୋତ୍ତମ ପିତା । ଏହାପରେ ଆରମ୍ଭ ହୋଇଯାଏ ଜବରଦସ୍ତ ଆକ୍ସନ ଏବେ ଦେଖିବା ପାଇଁ ମିଳେ ରଣବୀରଙ୍କ ଆନିମଲ୍ ଅବତାର । ଟିଜରର ଶେଷ ଭାଗରେ ବବି ଦେଓଲଙ୍କର ଏକ ଝଲକ ମଧ୍ୟ ଦେଖିବା ପାଇଁ ମିଳୁଛି । ଟିଜରରେ ରଣବୀର କପୁରଙ୍କ ହିଂସାତ୍ମକ ଦୃଶ୍ୟ ଦେଖିବା ଦର୍ଶକଙ୍କୁ ବେଶ୍ ପସନ୍ଦ ଆସୁଛି ।
ଏହି ଫିଲ୍ମ ଏକ ଗ୍ୟାଙ୍ଗଷ୍ଟର ଡ୍ରାମା ଫିଲ୍ମ । ଯେଉଁଥିରେ ଜଣେ ବାପା ପୁଅଙ୍କ କାହାଣୀର ଝଲକ ମଧ୍ୟ ଦେଖିବା ପାଇଁ ମିଳିବ । ଅନୀଲ କପୁର ରଣବୀରଙ୍କ ପିତାଙ୍କ ଭୂମିକାରେ ନଜର ଆସିବେ, ରଶ୍ମିକା ମନ୍ଦାନାଙ୍କୁ ରଣବୀରଙ୍କ ଗର୍ଲଫ୍ରେଣ୍ଡ ଭୂମିକାରେ ଦେଖିବା ପାଇଁ ମିଳିବ । ଏହି ଚଳଚ୍ଚିତ୍ରଟି ଡିସେମ୍ବର ୧’ରେ ମୁକ୍ତିଲାଭ କରିବା ନେଇ ସୂଚନା ରହିଛି ।
Comments are closed.