Latest Odisha News

BREAKING NEWS

ଜୋରିମାନା ଦେଇ ନପାରିବାରୁ ଚାଷୀଙ୍କୁ କାନଧରି ବସଉଠ କରାଇଲେ ତହସିଲଦାର

ଆଠମଲ୍ଲିକ: ଅନୁଗୋଳ ଜିଲ୍ଳା କିଶୋରନଗର ଥାନା ଅଞ୍ଚଳରେ ଦେଖିବାକୁ ମିଳିଛି ସରକାରୀ ବାବୁଙ୍କ ଦବଙ୍ଗଗୀରୀ।

ସୂଚନାନୁସାରେ, ଶନିବାର ଦିନ ସ୍ଥାନୀୟ କଲେଜ ଛକ ନିକଟରେ ମାସ୍କ ଯାଞ୍ଚ କରୁଥିଲେ କିଶୋରନଗର ତହସିଲଦାର ଲକ୍ଷ୍ମୀପ୍ରସାଦ ସାହୁ । ଏହି ସମୟରେ ଧାନବିଲରୁ ଫେରୁଥିବା ଦୁଇଜଣ ଚାଷୀଙ୍କୁ ମାସ୍କ ପିନ୍ଧିଥିବା ସତ୍ତ୍ୱେ ୫ଶହ ଟଙ୍କା ଲେଖାଏଁ ଜରିମାନା ଭରିବାକୁ କହିଥିଲେ ତହସିଲଦାର । ମାତ୍ର ଚାଷୀ ଦ୍ବୟ ଜୋରିମାନା ଦେବାରେ ଅସହାୟତା ପ୍ରକାଶ କରିବାରୁ ତହସିଲଦାର ସେମାନଙ୍କୁ କାନଧରି ଉଠବସ କରାଇଥିବା ଅଭିଯୋଗ ହୋଇଛି । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛିି ।

ଅଭିଯୋଗ ମୁତାବକ, କିଶୋରନଗର ଥାନା ଧଉରାପାଲି ପଞ୍ଚାୟତ ପାଣ୍ଡୁରୀପଥର ଗ୍ରାମର ମାଗୁଣି ସାହୁ ଓ ସୁଶାନ୍ତ ରଣା। ଏମାନେ ଧାନବିଲରୁ ମଟରସାଇକଲ ଯୋଗେ ଘରକୁ ଫେରୁଥିଲେ । ଫେରିବା ବାଟରେ ତହସିଲଦାର ସେମାନଙ୍କୁ ଅଟକାଇ ମାସ୍କ ପରିଧାନ କରିଥିବା ସତ୍ତ୍ବେ ସେମାନଙ୍କ ମୁହଁରୁ କାହିଁକି ମାସ୍କ ତଳକୁ ଖସିଛି ବୋଲି କହିବା ସହ ୫ଶହ ଟଙ୍କା ଲେଖାଏଁ ଜୋରିମାନା ଦେବାକୁ କହିଥିଲେ । ଜୋରିମାନା ଅର୍ଥ ଦେବାକୁ ଅସମର୍ଥ ପ୍ରକାଶ କରିବାରୁ ତହସିଲଦାର ସେମାନଙ୍କୁ ଉଠବସ ହେବାକୁ କହିଥିବା ଜଣାପଡିଛି । ଜୋରିମାନା ଏଡ଼ାଇବା ପାଇଁ ଗରିବ ଚାଷୀ ଦ୍ବୟ ଉଠବସ ହୋଇଛନ୍ତି। ଏହି ଘଟଣାକୁ ନେଇ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।

Leave A Reply

Your email address will not be published.