ଉତ୍ତର ପ୍ରଦେଶ: ଉତ୍ତର ପ୍ରଦେଶର ବାଲିଆ ଜିଲ୍ଲାର ମାନିଆ ପୋଲିସ ଷ୍ଟେସନ ଅଞ୍ଚଳରେ ଏକ ପ୍ରାଚୀନ ମନ୍ଦିର ରହିିଛି । ବର୍ତ୍ତମାନ ଏହି ମନ୍ଦିର ଲୋକଙ୍କ ପାଇଁ ବିଶ୍ୱାସର କେନ୍ଦ୍ରବିନ୍ଦୁ ପାଲଟିଛି । ଆମେ ପ୍ରସିଦ୍ଧ ନାଉକା ବାବାଙ୍କ ମନ୍ଦିର ବିଷୟରେ କହୁଛୁ । ଭକ୍ତମାନେ ଏଠାରେ ଯାହା ମାନସିକ ରଖନ୍ତି, ତାହା ପୂରଣ ହୁଏ । ଏହି କାରଣ ହେଉଛି ଏହି ମନ୍ଦିର ଭକ୍ତମାନଙ୍କ ପାଇଁ ଅତ୍ୟନ୍ତ ସ୍ୱତନ୍ତ୍ର ।
ଏହି ମନ୍ଦିର ୨୦୦ ବର୍ଷ ପୁରୁଣା । ଦୁଇ ଅନାଥ ବ୍ରାହ୍ମଣ ପିଲାଙ୍କର ଆତ୍ମା ଏଠାରେ ରହିଛି । ଯାହା ବର୍ତ୍ତମାନ ଲୋକଙ୍କ ପାଇଁ ଲାଭଦାୟକ ହୋଇପାରିଛି । ଯିଏ ପ୍ରକୃତ ହୃଦୟ ସହିତ ଏଠାକୁ ଆସେ, ବାବା ନିଶ୍ଚିତ ଭାବରେ ତାଙ୍କର ଇଚ୍ଛା ପୂରଣ କରନ୍ତି । ସବୁବେଳେ ଏଠାରେ ହଜାର ହଜାର ଲୋକ ଭିଡ଼ ଜମାଇଥାନ୍ତି । ଦୂର ଦୂରାନ୍ତରୁ ଲୋକମାନେ ଏଠାକୁ ଆସିଥାନ୍ତି । ସେମାନେ ମନ୍ଦିର ପରିସରରେ ନିର୍ମିତ ଧର୍ମଶାଳାରେ ମଧ୍ୟ ଅନେକ ଦିନ ରହିଥା’ନ୍ତି । ଯେତେବେଳେ ସେମାନଙ୍କର ସମସ୍ୟା ସମାଧାନ ହୁଏ । ତା’ପରେ ଘରକୁ ଫେରିଥାନ୍ତି ।
ଏହି ମନ୍ଦିର ପଛରେ ଏକ ରୋଚକ କାହାଣୀ ରହିଛି । ଏଠାରେ ଯେଉଁମାନେ ଲୋକମାନଙ୍କର କଲ୍ୟାଣ କରନ୍ତି, ସେମାନେ ୨ ଗରିବ ଅନାଥ ବ୍ରାହ୍ମଣ ପିଲା ଅଟନ୍ତିି । ୨୦୦ ବର୍ଷ ପୂର୍ବେ ସେ ବିହାରର ଚେନପୁରଠାରେ ଏକ ବିବାହ ଶୋଭାଯାତ୍ରାରେ ଯାଇଥିଲେ । ଯେଉଁଠାରେ ଜଣେ ତାନ୍ତ୍ରିକ ମହିଳା ଉଭୟ ବ୍ରାହ୍ମଣଙ୍କୁ ହତ୍ୟା କରି ସେମାନଙ୍କ ଆତ୍ମାକୁ ଏକ ବାକ୍ସରେ ବନ୍ଦୀ କରି ରଖିଥିଲେ । ସେହି ବାକ୍ସକୁ ତାଙ୍କ ଝିଅକୁ ଦେଇଥିଲେ । ଘରକୁ ଯିବା ବେଳେ ଏହି ବାକ୍ସକୁ ନଦୀରେ ଫିଙ୍ଗିବାକୁ କହିଥିଲେ । କିନ୍ତୁ ତାଙ୍କ ଝିଅ ଫେରିବା ସମୟରେ ବାକ୍ସକୁ ଫିଙ୍ଗିବାକୁ ଭୁଲିଗଲେ । ପରେ ସେ ବାକ୍ସକୁୁ ନେଇ ତାଙ୍କ ଶାଶୁ ଘରେ ରଖିଲେ । ଦିନ ଯେତେ ଗଡ଼ିଲା ଆତ୍ମାମାନଙ୍କର କ୍ରୋଧ ବଢିବାକୁ ଲାଗିଲା । ପରେ ସେ ଗାଁ ନିକଟ ପୋଖରୀଠାରେ ରଖିଲେ । ତାକୁ ସବୁଦିନ ପୂଜାପାଠ କଲେ । ଆତ୍ମା ଦୁଇଟି ଶାନ୍ତ ହେବା ସହ ଲୋକଙ୍କ ମଙ୍ଗଳ କରିବାକୁ ଲାଗିଲେ । ଏପରି ଦେଖି ଗ୍ରାମବାସୀ ଏକ ମନ୍ଦିର ନିର୍ମାଣ କଲେ । ସେବେଠାରୁ ଏହି ମନ୍ଦିରରେ ଦୁଇ ଆତ୍ମା ଲୋକଙ୍କ ମାନସିକ ପୂରଣ କରି ଆସୁଛନ୍ତି ।
ମନ୍ଦିର ପୁରୋହିତ ଭୁଲେଶ୍ୱର ଉପାଧ୍ୟାୟ କହିଛନ୍ତି ଯେ, ଏହି ଦୁଇ ଆତ୍ମା ଲୋକଙ୍କ ସମସ୍ୟା ଦୂର କରିଥାନ୍ତି । ଏହି ବିଶ୍ୱାସରେ ଏଠାରେ ବହୁ ଲୋକଙ୍କ ସମାଗମ ହୋଇଥାଏ । ଏହା ଲୋକଙ୍କ ମଙ୍ଗଳ କରିବା ସହ ବିଭିନ୍ନ ରୋଗରେ ଆକ୍ରାନ୍ତ ଲୋକଙ୍କୁ ଆରୋଗ୍ୟ ବି କରିଥାନ୍ତି ।
Comments are closed.