କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ବ୍ଲକର ସେଁପୂର୍ ପଞ୍ଚାୟତର ସେଁପୂର୍ ଗ୍ରାମରେ ରାଧାକୃଷ୍ଣ ମନ୍ଦିର ନିର୍ମାଣ ପାଇଁ ସରପଞ୍ଚ ଠାରୁ ଆରମ୍ଭ କରି ବିଡ଼ିଓ ପର୍ଯ୍ୟନ୍ତ ସମସ୍ତଙ୍କୁ ଲିଖିତ ଅନୁରୋଧ କରିଥିଲେ । ହେଲେ ପ୍ରଶାସନ କେହି ମଧ୍ୟ ମନ୍ଦିର ନିର୍ମାଣ ପାଇଁ କର୍ଣ୍ଣପାତ କଲେ ନାହିଁ ।
୨୦୦୯ ମସିହାରେ ଗ୍ରାମବାସୀ ନିଜ ପରିଶ୍ରମ ପଇସାରେ ମନ୍ଦିର କାମ ଆରମ୍ଭ କରିଥିଲେ । ଧୀରେ ଧୀରେ କାମ ଆଗକୁ ବଢ଼ି ଚାଲିଲା । ବିଜେପି ବିଧାୟକ ପ୍ରଦୀପ୍ତ କୁମାର ନାଏକ ନିଜ ବିଧାୟକ ପାଣ୍ଠିରୁ ୧୧ ଲକ୍ଷ୍ୟ ଟଙ୍କା ଅନୁଦାନ ଦେଇଥିଲେ । ବର୍ତ୍ତମାନ ୧୫ ବର୍ଷ ପରେ ମନ୍ଦିର କାମ ସଂପୂର୍ଣ୍ଣ ହେବାକୁ ଆସିଲା । ଏବଂ ଏବେ ୨୫ ଲକ୍ଷ୍ୟ ଟଙ୍କା ଅନୁଦାନ ରାଜ୍ୟ ସରକାର ଦେଇଥିବା ମିଛ ପ୍ରଚାର କରୁଛନ୍ତି ।
୧୫ ବର୍ଷ ଧରି ନିର୍ମାଣ ଚାଲିଥିବା ମନ୍ଦିର, ଯାହା ଗ୍ରାମବାସୀଙ୍କ ପରିଶ୍ରମ ଏବଂ ଦାନ ଦକ୍ଷିଣ ର ପଇସାରେ ନିର୍ମିତ । ଏବେ ୬ ମାସ ତଳେ ଆରମ୍ଭ ହେଇଥିବା ଆମ ଓଡ଼ିଶା ନବୀନ ଓଡ଼ିଶାର ବୁକଲେଟ୍ ରେ କେମିତି ପ୍ରକାଶ ପାଇଲା । ଏହା ସହ ପ୍ରତି ପଞ୍ଚାୟତ ର ବୁକଲେଟ୍ ରେ କେନ୍ଦ୍ର ସରକାର ଅନୁଦାନ ରେ ହେଇଥିବା ଉତ୍କେଳା ବିମାନବନ୍ଦର, ଏବଂ କେନ୍ଦ୍ର ର ୬୦ ପ୍ରତିଶତ ଅନୁଦାନ ରେ ନିର୍ମିତ ହେଇଥିବା ସହିଦ ରେଣ୍ଡୋ ମାଝି ମେଡ଼ିକାଲ କଲେଜ୍ ମଧ୍ୟ ପ୍ରକାଶ ପାଇଛି ।
ରାଜ୍ୟ ସରକାର ମାଗିଲେ ଦେଉନାହାନ୍ତି ଅଥଚ ମିଛ ପ୍ରଚାର କାହିଁକି କରୁଛନ୍ତି, ଆସନ୍ତା ନିର୍ବାଚନରେ ଏହାର ଉଚିତ ଜବାବ ଦିଆଯିବ ବୋଲି ଗ୍ରାମବାସୀ କହିଛନ୍ତି । ଏ ବିଷୟରେ BDO ଙ୍କୁ ପଚାରିବାରୁ ଏ ବିଷୟରେ ସେ କିଛି ଜାଣିନଥିବା ସହ ମୁଁ ନୂଆ ଆସିଛି ଏହା ଉପରେ ଆଲୋଚନା କରିବି ବୋଲି କହିଛନ୍ତି ।
Comments are closed.