Latest Odisha News

‘ସାଲାର’ ଟିଜର ଆଉଟ୍, ଦମଦାର ରୋଲ୍ ରେ ନଜର ଆସିଲେ ପ୍ରଭାସ

ମୁମ୍ବାଇ:  ‘ଆଦିପୁରୁଷ’ ଫିଲ୍ମ ବିବାଦ ପରିସରଭୁକ୍ତ ହୋଇଥିଲେ ହେଁ ଏଥିରେ ପ୍ରଭାସଙ୍କ ଅଭିନୟକୁ ଦର୍ଶକେ ବେଶ୍ ପସନ୍ଦ କରିଛନ୍ତି। ଏହି ସିନେମାରେ ସେ ପ୍ରଭୁ ଶ୍ରୀରାମଙ୍କ ଚରିତ୍ରରେ ନଜର ଆସିଥିଲେ। ତେବେ ଏବେ ସମସ୍ତଙ୍କ ନଜର ତାଙ୍କର ଆଗାମୀ ଦୁଇଟି ଫିଲ୍ମ ‘ସାଲାର’ ଏବଂ ‘ପ୍ରୋଜେକ୍ଟ କେ’ ଉପରେ ରହିଛି। ସେପଟେ ଆଜି ସବୁ ପ୍ରତୀକ୍ଷାର ଅନ୍ତ ଘଟାଇ ବହୁ ପ୍ରତୀକ୍ଷିତ ଫିଲ୍ମ ‘ସାଲାର’ ର ଟିଜର ରିଲିଜ ହୋଇଛି । ଆଜି ସକାଳ ୫ଟା୧୨ମିନିଟରେ ନିର୍ଦ୍ଦେଶକ ପ୍ରଶାନ୍ତ ନିଲଙ୍କ ଫିଲ୍ମ ସାଲାର ପାର୍ଟ-୧ର ଟ୍ରେଲର ରିଲିଜ ହୋଇଛି । ଏହି ଫିଲ୍ମର ମୁଖ୍ୟ ଭୁମିକାରେ ନଜର ଆସିବେ ରିବେଲ ଷ୍ଟାର ପ୍ରଭାସ, ପୃଥ୍ୱୀରାଜ ସୁକୁମରମ୍, ଶ୍ରୁତି ହାସନ, ମୀନାକ୍ଷୀ ଚୌଧୁରୀ,ସରନ ଶକ୍ତି, ଜଗପତି ବାବୁ, ଈଶ୍ୱରୀ ରାଓ ଏବଂ ଶ୍ରୀୟା ରେଡ୍ଡି ।

ତେବେ ଏହି ୧ମିନିଟ ୪୬ ସେକେଣ୍ଡର ଟିଜରରେ ରହିଛି ଭରପୁର ଆକ୍ସନ ସହ ଦମଦାର ଡ଼ାଇଲଗ୍ । ଟିଜରର ଆରମ୍ଭରୁ ଶୁଣିବାକୁ ମିଳୁଛି ଟିନୁ ଆନନ୍ଦଙ୍କ ଦମଦାର ଡ଼ାଇଲଗ। ଏହାପରେ ଦେଖିବାକୁ ମିଳୁଛି ରିବେଲ ଷ୍ଟାର ପ୍ରଭାସଙ୍କ ଦମଦାର ଏଣ୍ଟ୍ରି । ଯେଉଁଥିରେ ପ୍ରଭାସ ହାତରେ ବନ୍ଧୁକ ଧରି ଆସୁଛନ୍ତି । ତେବେ ସାଲାରର ଟିଜରରେ ସମସ୍ତଙ୍କୁ କେଜିଏଫର ଛାପ ଦେଖିବାକୁ ମିଳିଛି ।

ସୂଚନା ଯୋଗ୍ୟ ଯେ, ଏବେ ସାମାଜିକ ଗଣମାଧ୍ୟମରେ ‘ପ୍ରୋଜେକ୍ଟ କେ’କୁ ନେଇ ରୀତିମତ ଚର୍ଚ୍ଚା ହେଉଛି। ଏହାସହ କୁହାଯାଉଛି ‘ପ୍ରୋଜେକ୍ଟ କେ’ ଭାରତର ସବୁଠୁ ମହଙ୍ଗା ଫିଲ୍ମ ହେବ। ଏହି ସିନେମା ପାଇଁ ପ୍ରଭାସ ୧୫୦ କୋଟି ଟଙ୍କା ନେଇଛନ୍ତି। ସେ ଏଥିରେ ଭଗବାନ ବିଷ୍ଣୁଙ୍କ ଅବତାରରେ ନଜର ଆସିବେ। ଆଧୁନିକ ଅସ୍ତ୍ରଶସ୍ତ୍ରକୁ ଧାରଣ କରି ସେ ଖଳନାୟକଙ୍କୁ ସାମ୍ନା କରୁଥିବାର ଦେଖୀବାକୁ ମିଳିବେ। ଉକ୍ତ ସିନେମାରେ ସାଇନ୍ସ-ଫିକସନ, ଫାଣ୍ଟାସି, ସୁପର୍‌ନାଚୁରାଲ ଓ ଆକ୍ସନ୍‌ର ସମନ୍ବୟ ଦେଖୀବାକୁ ମିଳିବ। ସେହିପରି ଅସତ୍ୟ ଉପରେ ସତ୍ୟର ବିଜୟକୁ ନେଇ ସିନେମାର କାହାଣୀ ହୋଇଥିବା ବେଳେ ଏଥିରେ ନୂଆ ଟ୍ବିଷ୍ଟ ଦେବା ପାଇଁ ନିର୍ଦ୍ଦେଶକ କାହାଣୀରେ ଫାଣ୍ଟାସିକୁ ଯୋଡ଼ିଛନ୍ତି। ଏହି ସିନେମାର ଖଳନାୟକ ଭାବେ କମଲ ହାସନ ଦେଖାଯିବେ। ଅନ୍ୟପକ୍ଷରେ ଅମିତାଭ ବଚ୍ଚନ ଓ ଦୀପିକା ପାଦ୍ୟୁକୋନଙ୍କୁ ମଧ୍ୟ ଏଥିରେ ଦେଖୀବାକୁ ମିଳିବ। ତେବେ ସିନେମାଟି ୨୦୨୪ ଜାନୁଆରୀ ୧୨ରେ ମୁକ୍ତିଲାଭ କରିବ।

 

 

Leave A Reply

Your email address will not be published.