Latest Odisha News

BREAKING NEWS

ଜମ୍ମୁକାଶ୍ମୀର ବୁଲିବାକୁ ଚାହୁଁଛନ୍ତି ? ଆଇଆରସିଟିସି ଆଣିଲା ଆକର୍ଷଣୀୟ ଟୁର୍ ପ୍ୟାକେଜ୍

ଭୁବନେଶ୍ୱର: ଭାରତର ଭୂସ୍ୱର୍ଗ ଜମ୍ମୁକାଶ୍ମୀର ଯିବାକୁ ସମସ୍ତଙ୍କ ବେଶ୍ ଆଗ୍ରହ ଥାଏ । ଯଦି ଆପଣ ବି ଯିବାକୁ ଚାହୁଁଛନ୍ତି ଜମ୍ମୁକାଶ୍ମୀର ତାହେଲେ ଏ ଖବର ଆପଣଙ୍କ ପାଇଁ । ଆଇଆରସିଟିସି ପକ୍ଷରୁ ଭୁବନେଶ୍ୱରରୁ ଜମ୍ମୁକାଶ୍ମୀର ଭ୍ରମଣ ପ୍ୟାକେଜ୍ ରହିଛି । ଯେଉଁ ଟୁର୍ ପ୍ୟାକେଜରେ ଆପଣ ୫ ରାତି ଓ ୬ ଦିନ ଜମ୍ମୁ କାଶ୍ମୀରରେ ବିତାଇ ପାରିବେ ।

ଏହି ପ୍ୟାକେଜରେ ବିମାନ ଖର୍ଚ୍ଚ ସାଙ୍ଗକୁ ସଡ଼କ ପଥରେ କ୍ୟାବ ସେବା, ହୋଟେଲରେ ରହିବା, ଖାଦ୍ୟ, ଗାଇଡ୍ ଓ ବୀମା ରହିଛି । ଆଇଆରସିଟିସି ଟୁରିଜିମ୍ ପକ୍ଷରୁ ଯୋଗାଇ ଦିଆଯାଉଥିବା ଏହି ଟୁର୍ ପ୍ୟାକେଜରେ ଆପଣଙ୍କୁ ଜଣଙ୍କ ପିଛା ସର୍ବନିମ୍ନ ଟିକେଟ୍ ମୂଲ୍ୟ ୩୭ ହଜାର ୪୭୦ ଟଙ୍କା ଦେବାକୁ ପଡ଼ିବ ।

ଏଥିପାଇଁ ଆଇଆରସିଟିସି ୱେବସାଇଟରେ ଆପଣ ବୁକିଂ କରି ପାରିବେ । ଗୋଟିଏ ଟ୍ରିପ୍ ୨୦୨୩ ଅଗଷ୍ଟ ୧୯ରୁ ଆରମ୍ଭ ହେଉଥିବା ବେଳେ ଦ୍ୱିତୀୟ ଟ୍ରିପ୍ ସେପ୍ଟେମ୍ବର ୨୯ରୁ ଆରମ୍ଭ ହେବ । ଏହି ପ୍ୟାକେଜରେ ଆପଣଙ୍କୁ କମ୍ଫର୍ଟ କ୍ଲାସରେ ଯିବା ଆସିବା ପାଇଁ ବିମାନ ଟିକେଟ୍ ମିଳିବ ।

ଏହି ପ୍ୟାକେଜରେ ଆପଣ ଶ୍ରୀନଗର, ଗୁଲମର୍ଗ, ସୋନମର୍ଗ, ପହଲଗାମ ଆଦି ସ୍ଥାନ ବୁଲି ପାରିବେ । ବୋଟ୍ ହାଉସରେ ବ୍ରେକଫାଷ୍ଟ ସହ ଗୋଟିଏ ରାତି କାଟି ପାରିବେ । ଆଇଆରସିଟିସିର ଏହି ପ୍ୟାକେଜରେ ଜଣଙ୍କ ପାଇଁ ଟିକେଟ ମୂଲ୍ୟ ୪୨ ହଜାର ୭୯୫ ଟଙ୍କା ରହିଥିବା ବେଳେ ଏକାଠି ୨ ଜଣ ଟିକେଟ୍ କଲେ ଜଣଙ୍କୁ ୩୮ ହଜାର ୬୬୫ ଟଙ୍କା ଏବଂ ୩ ଜଣ ଏକାଠି ଟିକେଟ୍ କଲେ ଜଣଙ୍କୁ ଟିକେଟ୍ ପାଇଁ ୩୭ ହଜାର ୪୭୦ ଟଙ୍କା ଦେବାକୁ ପଡ଼ିବ ।

ଲିଙ୍କରେ କ୍ଲିକ୍ କରି ଟିକେଟ୍ ବୁକ୍ କରନ୍ତୁ

http://tinyurl.com/SCBA27

Leave A Reply

Your email address will not be published.