Latest Odisha News

BREAKING NEWS

ଭ୍ରାମ୍ୟମାଣ ହୋଟେଲ, ଏଥିରେ ରହିଛି ଫାଇଭ୍ ଷ୍ଟାର ହୋଟେଲ ସୁବିଧା

ମୋହାଲି: ଅଧିକାଂଶ ଲୋକ ବିଭିନ୍ନ ସ୍ଥାନ ବୁଲିବାକୁ ପସନ୍ଦ କରନ୍ତି । ସେଥିଲାଗି ବାହାରକୁ ବୁଲିବାକୁ ଯିବା ପୂର୍ବରୁ ହୋଟେଲ ଓ ଗାଡ଼ିର ବ୍ୟବସ୍ଥା କରିଥାନ୍ତି । ଯେମିତି ସେମାନଙ୍କର ରହିବା,ଖାଇବା ଓ ବୁଲିବାରେ କିଛି ଅସୁବିଧା ନ ହୁଏ । ଆମେ ଆପଣଙ୍କୁ ଏମିତି ଏକ ହୋଟେଲ ବିଷୟରେ କହିବୁ ଯାହାକି ଖାଇବା, ପିଇବା ଏବଂ ବାହାରେ ଭ୍ରମଣ କରିବାରେ ସମସ୍ତ ସୁବିଧା ଯୋଗାଇ ଦେବ । ମୋହାଲିର ଜଣେ ବ୍ୟକ୍ତି ଏବେ ତାଙ୍କ କାରକୁ ଭ୍ରାମ୍ୟମାଣ ବିଳାସପୂର୍ଣ୍ଣ ହୋଟେଲର ରୂପ ଦେଇଛନ୍ତି । ଏଥିରେ ଫାଇଭ୍ ଷ୍ଟାର ହୋଟେଲର ସୁବିଧା କରିଛନ୍ତି । ତାଙ୍କର ଏହି କାରର ଚାହିଦା ଏବେ ବେଶ୍ ଅଧିକ ।

BjdElectrycity

ମୋହାଲିରେ ରୁହନ୍ତି ଗୁରୁତର ସିଂ । ତାଙ୍କର ଏକ ଭ୍ୟାନ୍ ଅଛି । ଯାହା ସାଧାରଣ ଭ୍ୟାନ ନୁହେଁ । ଏଥିରେ ଫାଇଭ୍ ଷ୍ଟାର ହୋଟେଲର ସୁବିଧା ରହିଛି । ଏହା ଭିତରେ ଆପଣ ନିଜ ଘର ଭଳି ଅନୁଭବ କରିବେ । ଏହା ଏକ ବିଳାସପୂର୍ଣ୍ଣ ଭ୍ୟାନ । ଏଥିରେ ଶଯ୍ୟା, ଡ୍ରଇଂ ରୁମ୍‌, ୱାଶ୍‌ରୁମ୍ ଇତ୍ୟାଦି ତାରକା ହୋଟେଲ ପରି ସମସ୍ତ ସୁବିଧା ରହିଛି ।

ଗୁରୁଚର ସିଂ କହିଛନ୍ତି, ଏହି ଭ୍ୟାନ୍ ସେହି ଲୋକଙ୍କ ପାଇଁ, ଯେଉଁମାନେ ବାହାରକୁ ଯାଇ ହୋଟେଲ ରୁମ୍ ପାଇବାରେ ଅସୁବିଧାର ସମ୍ମୁଖୀନ ହୁଅନ୍ତି । ଆପଣ ଏହି ଭ୍ୟାନକୁ ଗାଁଠାରୁ ଆରମ୍ଭ କରି ସହରର ଯେକୌଣସି ସ୍ଥାନକୁ ନେଇପାରିବେ । ଏହା ବ୍ୟତୀତ ଏହି ମୋଟର ଭ୍ୟାନ ପାର୍ବତ୍ୟ କିମ୍ବା ଜଙ୍ଗଲର କୌଣସି ସ୍ଥାନରେ କ୍ୟାମ୍ପ କରିବା ପାଇଁ ମଧ୍ୟ ଭଲ ବ୍ୟବହାର କରାଯାଇପାରିବ । କାରଣ ଏପରି ସ୍ଥାନରେ କୌଣସି ସୁବିଧା ନ ଥାଏ । ତେଣୁ ଏହି ଭ୍ୟାନ୍ ସମସ୍ତ ସୁବିଧା ଯୋଗାଇ ଦେବ । ଏଥିରେ ପ୍ଲଗ ସିଷ୍ଟମ ରହିଥିବା ବେଳେ ଏକ ଛୋଟ ରୋଷେଇ ଘର ମଧ୍ୟ ଅଛି । ଯେଉଁଠି ଆପଣ ଖାଦ୍ୟ ରୋଷେଇ କରି ଖାଇପାରିବେ ।

ଗୁୁରୁଚର ଆହୁରି ଆହୁରି କହିଛନ୍ତି, ଲୋକଙ୍କ ସୁରକ୍ଷା ପ୍ରତି ସମ୍ପୂର୍ଣ୍ଣ ଯତ୍ନ ନିଆଯାଇଛି । ସବୁଠୁ ବଡ଼ କଥା ହେଉଛି, ଏହି ଭ୍ୟାନକୁ ଆପଣ ଯେଉଁଠି କି ନିଅନ୍ତୁ, ଭ୍ୟାନରେ ବସିଥିବା ସମସ୍ତ ଲୋକ ବୀମାଭୁକ୍ତ ହେବେ ।

Leave A Reply

Your email address will not be published.