Latest Odisha News

BREAKING NEWS

ରହସ୍ୟମୟ ଗଛ, ଡାଳରେ ବସିଲେ ମରିଯାଆନ୍ତି ପକ୍ଷୀ

ନୂଆଦିଲ୍ଲୀ: ଜୀବ, ଉଦ୍ଭିଦ ସମସ୍ତଙ୍କୁ ନେଇ ଆମେ ପରିବେଶରେ ବାସ କରୁ। ଆମ ଚତୁଃପାର୍ଶ୍ଵରେ ବିଭିନ୍ନ ପ୍ରକାର ଗଛ ଲତା ଅଛନ୍ତି। କିଛି ଉଦ୍ଭିଦ କିମ୍ବା ଉଦ୍ଭିଦ ଜାତ ଦ୍ରବ୍ୟକୁ ଆମେ ଖାଉ ଏବଂ କିଛି କିଛି ଗଛ ଆମର ବହୁତ ଉପରକାର କରନ୍ତି। କିନ୍ତୁ ଆମ ଜଗତରେ ଏପରି ମଧ୍ୟ ଗଛ ଅଛି ଯାହା ବିଷୟରେ ଶୁଣି ଆପଣ ଆଶ୍ଚର୍ଯ୍ୟ ହେବେ। ଏହି ଗଛ ଉପରେ ପକ୍ଷୀମାନେ ବସିବା ପକ୍ଷୀଙ୍କର ମୃତ୍ୟୁ ହୋଇଯାଏ। ଆଜି ଆମେ ଆପଣଙ୍କୁ ଏହି ରହସ୍ୟମୟ ଗଛ ବିଷୟରେ କହିବୁ।

କଥାରେ ଅଛି ଗଛ ଆମ ବନ୍ଧୁ। ବୃକ୍ଷମାନେ ମଧ୍ୟ ଆମକୁ ଏବଂ ପକ୍ଷୀମାନଙ୍କୁ ସେମାନଙ୍କର ବନ୍ଧୁ ଭାବରେ ବିବେଚନା କରନ୍ତି। ସେମାନଙ୍କୁ ନିଜ ଆଶ୍ରୟସ୍ଥଳୀ ଭାବେ ଆଶ୍ରୟ ଦିଅନ୍ତି। କିନ୍ତୁ ଯେତେବେଳେ ଏହି ଗଛଗୁଡ଼ିକ ପକ୍ଷୀମାନଙ୍କ ପାଇଁ ବିପଦ ହୋଇଯାଏ ସେତେବେଳେ ପକ୍ଷୀଙ୍କ ପାଇଁ ଗଛଟି କାଳ ପାଲଟିଯାଏ। ଏହି ଗଛ ଡାଳରେ ବସିଲେ ପକ୍ଷୀମାନେ ମରିଯାଆନ୍ତି।  ହଁ, ଏହି ଦୁନିଆରେ ଏପରି ଏକ ଗଛ ଅଛି ଯେଉଁଠାରେ ପକ୍ଷୀ ବସିବା ମାତ୍ରେ ମରିଯାଆନ୍ତି। ଏହି ଗଛର ନାମ ହେଉଛି ପିସୋନିଆ। ଏହି ଗଛକୁ ପକ୍ଷୀ ଧରାଳୀ ଗଛ ବା ବର୍ଲିମ୍ ଗଛ ମଧ୍ୟ କୁହାଯାଏ।

ଏହି ଗଛର ଗୋଟିଏ ଗୁଚ୍ଛରେ ୨୦୦ରୁ ଅଧିକ ମଞ୍ଜି ଥାଏ। ପକ୍ଷୀ ସେମାନଙ୍କ ଉପରେ ବସିବା ମାତ୍ରେ ପକ୍ଷୀମାନଙ୍କର ପରଗୁଡିକ ଏହି ଗୁଚ୍ଛରେ ଲାଗିଥାଏ। ଏହା ପରେ କୌଣସି ପକ୍ଷୀ ଏଠାରୁ ବାହାରି ଯିବା ଅସମ୍ଭବ ହୋଇପଡେ ଏବଂ ଏହିପରି ପକ୍ଷୀଟି ମରିଯାଏ।

Comments are closed.