Latest Odisha News

ଅଭିନେତ୍ରୀ ନୁର ମାଳବିକା ଦାସଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ

ମୁମ୍ବାଇ: ବଲିଉଡରୁ ଆସିଲା ଦୁଃଖଦ ଖବର । ଅଭିନେତ୍ରୀ କାଜୋଲଙ୍କ ସହ ଓ୍ୱେବ୍‌ ସିରିଜ ‘ଦ ଟ୍ରାଏଲ୍‌’ରେ ଅଭିନୟ କରିଥିବା ନୁର୍‌ ମାଳବିକା ଦାସଙ୍କ ମୃତଦେହ ମୁମ୍ବାଇ ସ୍ଥିତ ତାଙ୍କ ବାସଭବନରୁ ଉଦ୍ଧାର କରିଛି ପୋଲିସ । ତେବେ ଅଭିନେତ୍ରୀ ଜଣକ ଆତ୍ମହତ୍ୟା କରିଥିବା କୁହାଯାଉଛି ।

ସୂଚନା ମୁତାବକ, ନୁର୍‌ ମାଳବିକା ଖାଲି ଜଣେ ଅଭିନେତ୍ରୀ ନଥିଲେ ସେ କତର ଏୟାରଓ୍ୱେଜ୍‌ର ପୂର୍ବତନ ଏୟାର ହୋଷ୍ଟେସ୍‌ ମଧ୍ୟ ଥିଲେ । ତେବେ ଜୁନ୍‌ ୬ ତାରିଖରେ ମୁମ୍ବାଇ ଲୋଖଣ୍ଡଓ୍ୱାଲା ସ୍ଥିତ ଫ୍ଲାଟରୁ ପୁଲିସ ତାଙ୍କ ମୃତଦେହ ଉଦ୍ଧାର କରିଛି । ନୁର୍ ଙ୍କ ଫ୍ଲାଟ୍ ରୁ ଦୁର୍ଗନ୍ଧ ବାହାରୁଥିବା ନେଇ ତାଙ୍କ ପଡୋଶୀ ପୋଲିସକୁ ସୂଚନା ଦେଇଥିଲେ ।

କବାଟ ଭାଙ୍ଗି ଫ୍ଲାଟ୍ ରେ ପ୍ରବେଶ କରିବା ପରେ ପୋଲିସ ନୁର୍ ଙ୍କ ମୃତଦେହକୁ ଫ୍ୟାନରେ ଝୁଲନ୍ତା ଅବସ୍ଥାରେ ଥିବା ଦେଖିବାକୁ ପାଇଥିଲା । ସେତବେଳକୁ ଅଭିନେତ୍ରୀ ଜଣକର ଶରୀର ସମ୍ପୂର୍ଣ୍ଣ ଭାବେ ପଚି ସଢି ଯାଇଥିବା ପୋଲିସ ପକ୍ଷରୁ ସୂଚନା ରହିଛି । ମୃତଦହକୁ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଜାରି ରଖିଛି ପୋଲିସ ।

ତେବେ କେଉଁ ପରିସ୍ଥିତିରେ ଅଭିନେତ୍ରୀ ଜଣକ ଏପରି ପଦକ୍ଷେପ ନେଲେ ତାହା ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ ରହିଛି ।

Leave A Reply

Your email address will not be published.