Latest Odisha News

BREAKING NEWS

ମହୁମାଛି ଆକ୍ରମଣ ଯୋଗୁଁ ଜଳିଗଲା ଟ୍ରକ !

ଅନୁଗୁଳ: ଅନୁଗୁଳ ଜିଲ୍ଲା ୫୫ ନମ୍ବର ଜାତୀୟ ରାଜପଥ ବାମୁରସ୍ଥିତ ଏକ ଢ଼ାବା ନିକଟରେ ମହୁମାଛି ଆକ୍ରମଣ ଯୋଗୁଁ ଏକ ଟ୍ରକ ଜଳି ଯାଇଛି । କଥାଟି ଶୁଣିବାକୁ ଅଡ଼ୁଆ ଲାଗୁଥିଲେ ମଧ୍ୟ ସତ ।

BjdElectrycity

ମିଳିଥିବା ସୂଚନା ଅନୁସାରେ ପାରାଦୀପରୁ ସମ୍ବଲପୁର ଅଭିମୁଖେ ଆଇରନ ଗୁଣ୍ଡ ବୋଝେଇ କରି ଏକ ଟ୍ରକ ଯାଉଥିଲା ଶୁଶୁବଠାରେ ଚାଳକ ଟ୍ରକଟିକୁ ଗଛ ତଳେ ଅଟକାଇ ଏକ ଛୋଟ ଗ୍ୟାସ ସାହାଯ୍ୟରେ ରୋଷେଇ କରିଥିଲେ ।
ତେବେ ରୋଷେଇ ସମୟରେ ନିର୍ଗତ ଧୂଆଁ ଯୋଗୁଁ ଗଛରେ ଥିବା ମହୁମାଛିମାନେ ଉଭୟ ଡ୍ରାଇଭର ଓ ହେଲ୍ପରକୁ ଆକ୍ରମଣ କରିଥିଲେ । ଉଭୟେ ଘଟଣାସ୍ଥଳରୁ ଦୌଡି ପଳାଇ ଯାଇଥିଲେ ।
ତେବେ ଦୌଡିବା ସମୟରେ ଅସାବଧାନତା ଯୋଗୁଁ ଟ୍ରକ ଭିତରେ ଥିବା ଗ୍ୟାସଟି ପଡି ଯାଇ ନିଆଁ ଲାଗି ଯାଇଥିଲା । ଆଉ ସଙ୍ଗେ ସଙ୍ଗେ ଟ୍ରକ ଟି ଜଳି ଯାଇଥିଲା । ଖବରପାଇ ବାମୁର ଅଗ୍ନିଶମ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ସେପଟେ ମହୁମାଛି ଆକ୍ରମଣରେ ଆହତ ଗାଡିର ଚାଳକ ଓ ହେଲ୍ପର ଙ୍କୁ ନିକଟକୁ ଆଠମଲ୍ଲିକ ମେଡିକାଲକୁ ପଠାଯାଇଥିବା ସୂଚନା ।

Leave A Reply

Your email address will not be published.