Latest Odisha News

ଆସିଲା ଚାଞ୍ଚଲ୍ୟକର ତଥ୍ୟ, କଲେଜରେ ଚାଲିଥିଲା ସେକ୍ସ୍ ରାକେଟ

ନୂଆଦିଲ୍ଲୀ: ଦିନ କୁ ଦିନ ଜଟିଳ ହେବାରେ ଲାଗିଛି କୋଲକାତା ଦୁଷ୍କର୍ମ ଓ ହତ୍ୟା ଘଟଣା। ପ୍ରତିଦିନ ସାମ୍ନାକୁ ଆସୁଛି ନୂଆ ନୂଆ ତଥ୍ୟ । ଉକ୍ତ ଘଟଣାରେ ଆଜି ୫ଜଣଙ୍କର ପଲିଗ୍ରାଫ ଟେଷ୍ଟ ହେଉଥିବା ବେଳେ ସେପଟେ ସାମ୍ନାକୁ ଆସିଛ ସିସିଟିଭି ଫୁଟେଜ। ଏହରିଭିତରେ ପୁଣି ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ଆରଜି କର ମେଡ଼ିକାଲରେ ସେକ୍ସ୍ ରାକେଟ ଚାଲିଥିବା ନେଇ ସୂଚନା ମିଳିଛି ।

ସୂଚନା ଅନୁସାରେ, ମେଡିକାଲ କଲେଜରେ ଚାଲୁଥିଲା ସେକ୍ସ ରାକେଟ୍। ହଷ୍ଟେଲକୁ ବାହାରୁ ଯୁବତୀମାନେ ଆସୁଥିଲେ। ଏସବୁ କଳାକାରନାମାର ନାୟକ ତତ୍କାଳୀନ ଅଧକ୍ଷ ସନ୍ଦୀପ ଘୋଷ ଥିବା ନେଇ ସୂଚନା ଦେଇଛନ୍ତି କଲେଜର ପୂର୍ବତନ ଅଧ୍ୟକ୍ଷ ଅଖତାର ଅଲ୍ଲୀ। ଅଖତର୍ ଅଲ୍ଲୀଙ୍କ କହିବା ଅନୁସାରେ, ସନ୍ଦୀପଙ୍କ ପଛରେ କିଛି ବଡ଼ ବଡିଆଙ୍କ ହାତ ଥିବାରୁ ତାଙ୍କୁ ସୁରକ୍ଷା ମିଳୁଥିଲା। କେବଳ ସେକ୍ସ୍ ରାକେଟ ନୁହେଁ ହସ୍ପିଟାଲରେ ଅଙ୍ଗ ତସ୍କରୀ ମଧ୍ୟ କରାଯାଏ ବୋଲି କହିଛନ୍ତି ଅଲ୍ଲୀ । ବାୟୋ ୱେଷ୍ଟକୁ ବାଂଲାଦେଶ ଚାଲାଣ ଭଳି ଅନେକ କାମ କରିଥିଲେ ସନ୍ଦୀପ ଘୋଷ । ଏହି ଅଙ୍ଗ ଚାଲାଣ କାମରେ ତାଙ୍କ ଝିଅ ମଧ୍ୟ ସାମିଲ ଥିଲେ ବୋଲି ସେ ଅଭିଯୋଗ କରିଛନ୍ତି।

Comments are closed.