Latest Odisha News

BREAKING NEWS

ଟାଇମ ସ୍କ୍ୱାୟରରେ ଗୀତ ଲଂଚ କରିବାରେ ପ୍ରଥମ ଭାରତୀୟ ଫିଲ୍ମ ହେଲା ଦି ଭ୍ୟାକ୍ସିନ ୱାର

ନୂଆଦିଲ୍ଲୀ: ବିବେକ ରଞ୍ଜନ ଅଗ୍ନିହୋତ୍ରୀ ଓ ପଲ୍ଲବୀ ଯୋଶୀଙ୍କ ବହୁ ପ୍ରତୀକ୍ଷିତ ଦି ଭ୍ୟାକ୍ସିନ ୱାରର ପ୍ରଚାର ଟାଇମ୍ସ ସ୍କ୍ୱାୟରରେ ହୋଇଛି । ପ୍ରଥମ ଭାରତୀୟ ଫିଲ୍ମ ଭାବେ ଏହାର ଗୀତ ଏଠାରେ ଲଂଚ କରାଯାଇଥିଲା । ଫ୍ଲାଶ ମବର ଚମତ୍କାର କୋରିଓଗ୍ରାଫି ଯୋଗୁ ଏହାର ପ୍ରଦର୍ଶନ ଜୀବନ୍ତ ହୋଇ ଉଠିଥିଲା । ଏହି କାର୍ଯ୍ୟକ୍ରମରେ ଅନେକ ପ୍ରକାର ନୃତ୍ୟ ଶୈଳୀର ମିଶ୍ରଣ କରାଯାଇଥିଲା । ବିବେକ ଏଥିସହ ଫିଲ୍ମ ପ୍ରମୋଶନ ପାଇଁ ଏକ ନୂତନ ଅଧ୍ୟାୟର ଆରମ୍ଭ କରିଛନ୍ତି । କରୋନା ମହାମାରୀ ସମୟରେ ଭାରତର ବୈଜ୍ଞାନିକମାନେ ଭ୍ୟାକ୍ସିନ ପ୍ରସ୍ତୁତ କରିବା ପାଇଁ କିପରି ଅସୁବିଧାର ସମ୍ମୁଖୀନ ହୋଇଥିଲେ ତାହା ଏଥିରେ ଦର୍ଶାଯାଇଛି । ଦେଶ ଭିତରେ ଓ ବାହାରେ ସେମାନଙ୍କୁ ଅନେକ ସଂଘର୍ଷ କରିବାକୁ ପଡିଥିଲା ।

ବିବେକଙ୍କ ଯାଦୁ ଭରା ସ୍ପର୍ଶରେ ଫିଲ୍ମ ବେଶ ପ୍ରଭାବିତ ହୋଇଥିବ ବୋଲି ଆଶା କରାଯାଉଛି । ଏଥିରେ ପଲ୍ଲବୀ ଯୋଶୀ, ଅନୁପମ ଖେର, ନାନା ପାଟେକର, ସପ୍ତମୀ ଗୌଡାଙ୍କ ପରି କଳାକାର ଅଭିନୟ କରିଛନ୍ତି । ଫିଲ୍ମକୁ ବିଭିନ୍ନ ଭାଷାରେ ରିଲିଜ କରାଯିବ । ଦି କଶ୍ମୀର ଫାଇଲ୍ସ ପରେ ବିବେକଙ୍କ ଏହି ଫିଲ୍ମ ପ୍ରତି ଦର୍ଶକଙ୍କ ଉତ୍କଣ୍ଠା ଭରି ରହିଛି ।

Comments are closed.