ରୀଭା: ମଧ୍ୟପ୍ରଦେଶର ରୀଭା ଅଂଚଳରେ ଦାୟିତ୍ୱହୀନତା ଓ ଅମାନବିକତାର ଆଉ ଏକ ନଗ୍ନ ରୂପ ଦେଖିବାକୁ ମିଳିଛି । ଫେବୃୟାରୀ ୧୭ରେ ଏଠାରେ ଏକ ଦୁର୍ଘଟଣାରେ ୭୫ ବର୍ଷୀୟ ସମ୍ପତଲାଲଙ୍କ ମୃତ୍ୟୁ ଘଟିଥିଲା । ରାସ୍ତାରେ ଶବ ପଡି ରହିଥିଲା ଏବେ ଏହା ଉପରେ ଗାଡି ଚଢ଼ି ଯାଉଥିଲା । ଏହି ବାଟ ଦେଇ ପୋଲିସ ଗାଡି ଯିବା ଆସିବା କରୁଥିଲେ ମଧ୍ୟ ସେମାନେ ମଧ୍ୟ ଏଥିପ୍ରତି ଗୁରୁତ୍ୱ ଦେଇ ନ ଥିଲେ ।
୨ ଦିନ ପରେ ଘର ଲୋକ ଥାନାରେ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ଶେଷରେ ଗୋଟିଏ ରୁମାଲରେ ଭଙ୍ଗା ହାଡ କିଛି ଜବତ କରାଯାଇ ପାରିଥିଲା । କମ୍ବଳ ଓ ପୋଷାକରୁ ପରିବାର ଲୋକ ତାଙ୍କୁ ଚିହ୍ନଟ କରିପାରିଥିଲେ । ପୋଷ୍ଟମର୍ଟମ ପାଇଁ ହାଡଗୁଡିକୁ ସଞ୍ଜୟ ଗାନ୍ଧୀ ଡାକ୍ତରଖାନାକୁ ପଠାଯାଇଛି । ତେବେ ଏହି ଦୁର୍ଘଟଣା ଘଟାଇଥିବା ଗାଡିର ପତା ମିଳି ନାହିଁ ।
Comments are closed.