Latest Odisha News

ରେଙ୍ଗାଲି ମହୋତ୍ସବ ପାଇଁ ଉତ୍ସାହିତ ସମଗ୍ର ସହର

ରେଙ୍ଗାଲି : ରେଙ୍ଗାଲି ମହୋତ୍ସବ ପାଇଁ ଉତ୍ସାହିତ ହୋଇପଡ଼ିଛି ସମଗ୍ର ରେଙ୍ଗାଲି। ସ୍ୱାଧୀନ ଏକତା ସଂଗଠନ ଦ୍ୱାରା ଆୟୋଜିତ ରେଙ୍ଗାଲି ମହୋତ୍ସବ ଗୁରୁବାର ମିନି ମାରାଥନରୁ ଆରମ୍ଭ ହୋଇଯାଇଛି। ରାମଚନ୍ଦ୍ର ନଗରରୁ ରେଙ୍ଗାଲି ଟ୍ରକ ମାଲିକ ସଂଘ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏହି ମିନି ମାରାଥନ ହୋଇଥିଲା। ରେଙ୍ଗାଲି ବିଧାୟକ ନାଉରୀ ନାୟକ ପତାକା ଦେଖାଇ ଏହାର ଶୁଭାରମ୍ଭ କରିଥିଲେ। ବ୍ଲକ ଅଧ୍ୟକ୍ଷ ସତ୍ୟନାରାୟଣ ଅଗ୍ରୱାଲ ଉପସ୍ଥିତ ଥିଲେ।

ସକାଳ ୧୦ଟା ବେଳେ ରେଳ ଷ୍ଟେସନ ଦୁର୍ଗା ମନ୍ଦିରରୁ ପୂଜାର୍ଚ୍ଚନା ପରେ ଏକ ବିଶାଳ ମଶାଲ ଶୋଭାଯାତ୍ର ଓ ସାଂସ୍କୃତିକ ଶୋଭାଯାତ୍ର ବାହାରି ରେଙ୍ଗାଲି ସହର ପରିକ୍ରମା କରିଥିଲା। ଏଥିରେ ସଂକୀର୍ତ୍ତନ, ଗୌଡ଼ବାଡ଼ି, କୃଷ୍ଣଗୁରୁ, ଦୁଲଦୁଲି, ସଂପ୍ରଦା, ଆଦିବାସୀ ନାଚ ଓ ଅନେକ ଲୋକ କଳା ସାମିଲ ହୋଇଥିଲା। ବ୍ଲକ ଅଧ୍ୟକ୍ଷ, ରେଙ୍ଗାଲି ସରପଞ୍ଚ, ନିଷାନଭଙ୍ଗା ସରପଞ୍ଚ ଆାଦି ଶୋଭାଯାତ୍ରାରେ ସାମିଲ ହୋଇଥିଲେ।

ଏବଂ ସନ୍ଧ୍ୟାରେ ରେଙ୍ଗାଲି ଟ୍ରକ ମାଲିକ ସଂଘଠାରେ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ହୀରାକୁଦ ବିସ୍ଥାପିତଙ୍କ ସମସ୍ୟା ସମ୍ବଳିତ ‘ଲାଲ ପାଏନ’ ନାଟକ ମଞ୍ଚସ୍ଥ ହୋଇଥିଲା। ଏଥିରେ ଆୟୋଜକ ଅନୁଷ୍ଠାନର କର୍ମକର୍ତ୍ତା ଓ ଜନସାଧାରଣ ସହଯୋଗ କରିଥିଲେ। ତେବେ୧୩ ତାରିଖ ଦିନ ମହୋତ୍ସବ ଉଦ୍‌ଯାପିତ ହେବ ବୋଲି ଜଣାପଡ଼ିଛି।

Comments are closed.