Latest Odisha News

ବୈଷ୍ଣୋ ଦେବୀ ମନ୍ଦିରରେ ଦଳାଚକଟା, ୧୨ ମୃତ

କଶ୍ମୀର: ନୂଆବର୍ଷରେ ଅଘଟଣ । ବୈଷ୍ଣୋ ଦେବୀଙ୍କ ମନ୍ଦିରରେ ଦଳାଚକଟା । ଏଥିରେ ୧୨ ଜଣଙ୍କର ମୃତ୍ୟୁ ହୋଇଛି । ୧୦ରୁ ଅଧିକ ଆହତ ହୋଇଥିବା ସୂଚନା ମିଳିଛି । ଭୋର୍ ୨ଟା ୪୫ ମିନିଟରେ ଜମ୍ମୁ କଶ୍ମୀରର ପ୍ରସିଦ୍ଧ ବୈଷ୍ଣୋ ଦେବୀ ମନ୍ଦିରରେ ଏହି ଦଳାଚକଟା ହୋଇଛି । ଆହତ ଭକ୍ତଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।

ମିଳିଥିବା ସୂଚନା ଅନୁସାରେ, ନୂଆବର୍ଷରେ ମାତା ବୈଷ୍ଣୋ ଦେବୀଙ୍କ ଦର୍ଶନ ପାଇଁ ଭୋଟରରୁ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଥିଲା । ଧାଡ଼ିରେ ଠିଆ ହୋଇଥିଲେ ହଜାର ହଜାର ଭକ୍ତ । ଏତିକିବେଳେ କୌଣସି କଥାକୁ ନେଇ କିଛି ଭକ୍ତଙ୍କ ମଧ୍ୟରେ ପ୍ରଥମେ ଯୁକ୍ତିତକ୍ତ ହୋଇଥିଲା । ପରେ ପରସ୍ପର ମଧ୍ୟରେ ଠେଲାପେଲା ହୋଇଥିଲା । ଯାହା ଫଳରେ ଦଳାଚକଟା ହୋଇଥିଲା ବୋଲି ପ୍ରାଥମିକ ଅନୁସନ୍ଧାନରୁ ଜଣା ପଡିଛି ।

ଦଳାଚକଟାରେ ହରିୟାଣା, ଦିଲ୍ଲୀ, ପଞ୍ଜାବ ଓ ଜମ୍ମୁ କଶ୍ମୀରର ଭକ୍ତଙ୍କର ମୃତ୍ୟୁ ହୋଇଛି । ନାରାୟିନା ହସ୍ପିଟାଲରେ ଆହତଙ୍କୁ ଭର୍ତ୍ତି କରାଯାଇଛି । ଏବେ ବୈଷ୍ଣୋ ଦେବୀ ମନ୍ଦିର ପରିସରରେ ସ୍ଥିତି ନିୟନ୍ତ୍ରଣରେ ରହିଛି । ବ୍ୟାପକ ପୋଲିସ ମୁତୟନ ଅଛନ୍ତି ।

Leave A Reply

Your email address will not be published.