Latest Odisha News

ପାଣି ଭିତରେ ଦୁନିଆର ସବୁଠୁ ବଡ଼ ଶ୍ମଶାନ

ପାଲିକିର: ପାଣି ଭିତରେ ଦୁନିଆର ସବୁଠୁ ବଡ଼ ଶ୍ମଶାନ । ଏହା ଚୁଉକ ଦ୍ୱୀପର ପାଣି ତଳେ ଥିବା ଦେଖିବାକୁ ମିଳିଛି । ଏହାର ଏକ ଫଟୋ ଏବେ ସୋସିଆଲ ମିିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ଯାହାକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତିି । ମଣିଷ କଙ୍କାଳ, ଜାହାଜରେ ଲଦା ହୋଇଥିବା ଜିନିଷ ଏବଂ ଅନ୍ୟ ଜିନିଷ ପଡ଼ିଥିବା ଉକ୍ତ ଫଟୋରେ ଦେଖିବାକୁ ମିଳିଛି ।

ଏପରି ଏକ ଶ୍ମଶାନ ଚୁଉକ ଦ୍ୱୀପ ସମୂହରେ ସନ୍ଧାନ କରାଯାଇଛି । ବହୁତ ବଡ଼ ସଂଖ୍ୟାରେ ପାଣି ତଳେ ଜାହାଜର ଖଣ୍ଡ ପଡ଼ିଛି । ଏହି ପାଣିରେ ନୌସେନାର ଜାହାଜ, ଜାପାନର ଟ୍ରକ ଏବଂ କେତେଗୁଡ଼ିଏ ପୁରୁଣା ସୁଇମିଂ ଶୁଟ୍ ପଡ଼ିଛି । କିଛି ଖଣ୍ଡ ଅପରେଶନ ହେଲଷ୍ଟୋନରେ ବୁଡ଼ିଥିବା ଜାହାଜର ମଧ୍ୟ ରହିଛି; ଯାହା ଦ୍ୱିତୀୟ ବିଶ୍ୱଯୁଦ୍ଧର ଏକ ସୈନ୍ୟ ସଂଘର୍ଷ ଥିଲା । ଏଥିରେ ୪ହଜାର ୫ଶହ ଜାପାନୀ ସୈନିକଙ୍କ ମୃତ୍ୟୁ ହୋଇଥିଲା । ରିପୋର୍ଟ ମୁତାବକ, ଏହି ଅପରେଶନରେ ଅନେକ ବିମାନ ଏବଂ ଜାହାଜ ବୁଡ଼ିଯାଇଥିଲା । ଏଥିସହ ୪୦ ଆମେରିକା ସୈନ୍ୟଙ୍କ ମଧ୍ୟ ମୃତ୍ୟୁ ହୋଇଥିଲା । ପାଣିରେ ମିଳିଥିବା ଜାହାଜ ଖଣ୍ଡ ସବୁ ଯୁଦ୍ଧ ସମୟର ।

ଏପରି କିଛି ଜାହାଜ ଖଣ୍ଡ ମଧ୍ୟ ପାପୁଆନ୍ୟୁଗିନି, ଫିଲିପିମ୍‌ସ କୂଳ ଏବଂ ଇଣ୍ଡୋନେସିଆର ପାଣିରେ ମଧ୍ୟ ମିଳିଛି । ହୋକି ମାରୁ ଜାହାଜର ଖଣ୍ଡ ମଧ୍ୟ ଏଠାରେ ପଡ଼ିଛି । ପାଣିରେ ମଣିଷଙ୍କ କଙ୍କାଳ ମଧ୍ୟ ପଡ଼ିଛି, ହେଲେ ଏହି ସ୍ଥାନ ପାଣି ବୁଡ଼ାଳିଙ୍କ ପାଇଁ ଅଧିକ ପ୍ରସିଦ୍ଧ । ୨ ଦିନ ଧରି ଚାଲିଥିବା ଅପରେଶନ ହେଲଷ୍ଟୋନରେ ମୋଟ ୨୫୦ ଜାପାନୀ ବିମାନ ନଷ୍ଟ ହୋଇଥିଲା । ୧୯୪୪ ମସିହାରେ ଆମେରିକାର ସୈନିକଙ୍କ ଦ୍ୱାରା ଏହି ଯୁଦ୍ଧ ହୋଇଥିଲା; ଯେଉଁଥିରେ ବହୁତ ସଂଖ୍ୟାରେ ଆମେରିକା ସୈନ୍ୟଙ୍କ ମୃତ୍ୟୁ ହୋଇଥିଲା । ଏଥିସହ ୧୭ ହଜାର ଟନ୍‌ର ଇନ୍ଧନ ମଧ୍ୟ ନଷ୍ଟ ହୋଇଥିଲା ।

Comments are closed.