Latest Odisha News

BREAKING NEWS

ଅଜବ ବିବାହ: ଛୋଟବେଳେ ପାଳିଥିବା ଝିଅକୁ ବିବାହ କଲେ ଯୁବକ

ନୂଆଦିଲ୍ଲୀ: ଅନେକ ବୟସ ଅନ୍ତର ଥାଇ ଲୋକେ ବିବାହ କରୁଥିବା କିଛି ନୂଆ କଥା ନୁହେଁ । ହେଲେ ନିକଟରେ ଏମିତି ଏକ ଅଜବ ବିବାହ ଦେଖିବାକୁ ମିଳିଛି, ଯାହାକୁ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଜଣେ ୪୪ ବର୍ଷୀୟ ଯୁବକ ଛୋଟବେଳୁ ପାଳି ଆସୁଥିବା ଜଣେ ଝିଅକୁ ବିବାହ କରି ଚର୍ଚ୍ଚାକୁ ଆସିଛନ୍ତି ।

୨୯ ବର୍ଷୀୟା ସମାନ୍ଥା ଗିଜଲ । ନିକଟରେସେ ୪୪ ବର୍ଷୀୟ ଯୁବକଙ୍କୁ ବିବାହ କରିଛନ୍ତି । ସମାନ୍ଥା ଏନେଇ ଏବେର ଏବଂ ତାଙ୍କ ଛୋଟ ବେଳର ଏକ ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତ. ଯାହାକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଅତୀତର ଫଟୋରେ ତାଙ୍କୁ ୪ ବର୍ଷ ବୟସ ହୋଇଥିବାବେଳେ ଉକ୍ତ ଯୁବକଙ୍କୁ ୧୯ ବର୍ଷ ହୋଇଥିଲା । ଏଥିରେ ସମାନ୍ଥା ଲେଖିଛନ୍ତି, ତୁମେ ସବୁଠୁ ଭଲ ବେବି ସେଟର ଥିଲ । ସେ ଖୁସିରେ ନିଜର ବୟସ ଅନ୍ତର ଭୁଲି ଜୀବନର ନୂଆ ଅଧ୍ୟାୟ ଆରମ୍ଭ କରିବାକୁ ଯାଉଛନ୍ତି । କିଛି ଲୋକ ସମାନ୍ଥାଙ୍କ ଏପରି ପୋଷ୍ଟକୁ ତାଙ୍କ ବୋକାମି ବୋଲି କହିଛନ୍ତି । ତେବେ ସମାନ୍ଥାଙ୍କୁ ଲୋକଙ୍କ ଏପରି କଥାରେ କିଛି ଫରକ ପଡୁ ନ ଥିବା ସେ କହିଛନ୍ତି । ସେ କେବଳ ତାଙ୍କ ସ୍ୱାମୀଙ୍କ ସହିତ ଖୁସି ରହିବାକୁ ଚାହାନ୍ତି ।

Leave A Reply

Your email address will not be published.