Latest Odisha News

BREAKING NEWS

ହେଲିକପ୍ଟର ଉଡ଼ାଣ ସମୟରେ ଯୁବକ ନେଉଥିଲେ ସେଲ୍‌ଫି : ଗୋଡ଼େଇ ଗୋଡ଼େଇ ପିଟିଲେ ସୁରକ୍ଷାକର୍ମୀ

ଉତ୍ତରାଖଣ୍ଡ: ଆଜିକାଲି ସୋସିଆଲ ମିଡ଼ିଆରେ ଭିଡ଼ିଓ କରିବା ଓ ସେଲଫି ପାଇଁ ସମସ୍ତେ ପାଗଳ । ସେମାନେ ସ୍ଥାନ,କାଳ ପାତ୍ର, ସବୁକିଛି ଭୁଲି ଯାଉଛନ୍ତି । ଏଥିଲାଗି ସେମାନେ ନିଜ ଜୀବନକୁ ବାଜି ମଧ୍ୟ ଲଗାଇ ଦେଉଛନ୍ତି । ଏବେ ସେମିତି ଜଣେ ଯୁବକ ହେଲିକପ୍ଟର ଉଡ଼ାଣ ସମୟରେ ସେଲଫି ନେବା ତାଙ୍କୁ ମହଙ୍ଗା ପଡ଼ିଛି । ଏଠାରେ ଥିବା ସୁରକ୍ଷା କର୍ମୀମାନେ କ’ଣ କରିଛନ୍ତି ଦେଖିଲେ ଆପଣ ହସି ହସି ଗଡ଼ିଯିବେ । ଏହାର ଏକ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି ।

ଭାଇରାଲ ଭିଡ଼ିଓରେ ଦେଖିବାକୁ ମିଳିଛି ଯେ, ଉତ୍ତରାଖଣ୍ଡର କେଦାରନାଥରେ ଥିବା ହେଲିପ୍ୟାଡ୍ ନିକଟରେ ଜଣେ ଯୁବକ ହେଲିକପ୍ଟର ସହ ସେଲ୍‌ଫି ନେବାକୁ ଯାଇଥିଲେ । ହେଲିକପ୍ଟରଟି ଉଡ଼ାଣ କରିବା ସମୟରେ ଯୁବକ ଜଣକ ସେଲ୍‌ଫି ମଧ୍ୟ ନେବାକୁ ଚେଷ୍ଟା କରିଲେ । ହେଲିକପ୍ଟରଟି ଉଡ଼ାଣ କରିବା ସମୟରେ ପାଇଲଟରଙ୍କର ନଜର ପଡ଼ିଲା ଯୁବକଙ୍କ ଉପରେ । ସେ ସଙ୍ଗେ ସଙ୍ଗେ ହେଲିକପ୍ଟରକୁ ଅଟକାଇ ଦେଇଥିଲେ । ଏହି ସମୟରେ ସେଠାରେ ଥିବା ଜଣେ ସୁରକ୍ଷାକର୍ମୀ ଦୌଡ଼ି ଆସି ସେଲ୍‌ଫି ନେଉଥିବା ଯୁବକଙ୍କୁ ଜୋରରେ ଚାପୁଡ଼ା ମାରି ତାଙ୍କୁ ଠେଲି ଦେଇଥିଲେ । ଯୁବକ ଜଣକ ସେଠାରୁ ହସି ହସି ଦୌଡ଼ିବାକୁ ଲାଗିଲେ । ହେଲିକପ୍ଟର ଟିକେ ଉପରକୁ ଉଡ଼ାଣ କରିବା ପରେ ଆଉ କିଛି ସୁରକ୍ଷା କର୍ମୀ ଗୋଡ଼େଇ ଗୋଡ଼େଇ ମାଡ଼ ମାରିବା ସହ ଗୋଇଠା ବି ମାରିଥିଲେ । ବିଚରା ଯୁବକ ଜଣକ ମାଡ଼ ଖାଇବା ପରେ ସେଲ୍‌ଫି ନେବା ନିଶା ଖସି ଯାଇଥିଲା ।

Comments are closed.