Latest Odisha News

BREAKING NEWS

ଆତ୍ମସମର୍ପଣ କରିଥିବା ବଡ଼ଭାଇକୁ ମାଓବାଦୀଙ୍କୁ ସୁପାରୀ ଦେଇ ହତ୍ୟା କଲା ସାନଭାଇ

ମାଲକାନଗିରି: ମାଓ ସଂଗଠନ ମୋହ ଛାଡ଼ି ପାରିଲେନି । ଶେଷରେ ଆତ୍ମସମର୍ପଣ କରିଥିବା ବଡ଼ଭାଇକୁ ମାଓବାଦୀଙ୍କୁ ସୁପାରୀ ଦେଇ ହତ୍ୟା କରିଛି ସାନଭାଇ । ଏହି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ରାଜ୍ୟ ବିଜାପୁର ଜିଲ୍ଲାରେ । ସାନଭାଇ ଓ ହତ୍ୟାକାଣ୍ଡରେ ସାମିଲ ମାଓବାଦୀଙ୍କୁ ପୋଲିସ ଖୋଜୁଛି ।ବିଜାପୁର ଜିଲ୍ଲା କତ୍ରାପାଲ ମାଓ ଦଳମର ସହକାରୀ କମାଣ୍ଡର ଭାବେ ମାଲେସ୍‌ କାମ କରୁଥିଲେ ।

୨୦୧୪ରେ ମାଲେସ ସଂଗଠନ ଛାଡ଼ି ପୋଲିସ ନିକଟରେ ଆତ୍ମସମର୍ପଣ କରିଥିଲେ । ଛତିଶଗଡ ପୋଲିସ ମାଲେସଙ୍କୁ ଡିଆରଜି ଯବାନ ନିଯୁକ୍ତି ଦେଇଥିଲେ । ମାଲେସଙ୍କ ସାନଭାଇ ମାଓ ସଂଗଠନରେ ଥିଲେ । ପୋଲିସ ପାଖରେ ଆତ୍ମସମର୍ପଣ କରିବାକୁ ସେ ସାନଭାଇ ଉପରେ ଚାପ ପକାଉଥିଲେ ।

ଗତ ୨୮ରେ ସାନଭାଇ ବଡ଼ଭାଇ ମାଲେସଙ୍କ ନିକଟକୁ ଏକ ଖବର ପଠାଇଥିଲେ । ଗାଁକୁ ବଡ଼ଭାଇ ଆସନ୍ତୁ ଓ ପୋଲିସ ନିକଟରେ ସେ ଆତ୍ମସମର୍ପଣ କରିବେ ବୋଲି କହିଥିଲେ । ମାଲେସ ଛୁଟିନେଇ ଖୁସିରେ ନିଜ ଗାଁକୁ ଫେରୁଥିବା ବେଳେ ସାନଭାଇ ମାଓବାଦୀଙ୍କ ଅନ୍ୟ ଜଣେ କମାଣ୍ଡର ମାଙ୍ଗେସଙ୍କୁ ଜଣାଇବା ସହ ସୁପାରି ଦେଇ ମାଲେସଙ୍କୁ ଗୁଳିକରି ହତ୍ୟା କରିଥିଲେ ।

Leave A Reply

Your email address will not be published.