Latest Odisha News

ଘରେ କେହି ନଥିବାର ସୁଯୋଗ ଉଠାଇ ଘରେ କଳା କନା ବୁଲାଇଲେ ଦୁର୍ବୃତ୍ତ

ପୁରୀ: ଘରେ କେହି ନଥିବାର ସୁଯୋଗ ଉଠାଇ ଘରେ କଳା କନା ବୁଲାଇଲେ ଦୁର୍ବୃତ । ଗ୍ରିଲ୍ ଭାଙ୍ଗି ଘର ଭିତରେ ପଶିଲେ ଆଉ ନେଇଗଲେ ଲକ୍ଷାଧିକ ଟଙ୍କା ସହ ସୁନା ଗହଣା । ପୁରୀ ତାଳବଣିଆ ଥାନା ଅନ୍ତର୍ଗତ ସିଦ୍ଧମହାବୀର ନିକଟରେ ଥିବା ନୀଳଚକ୍ର ନଗରରେ ଘଟିଛି ଏହି ଲୁଟ୍ । ଲୁଟ ଶିକାର ହୋଇଛନ୍ତି ସନ୍ତୋଷ ବେହେରା ।

ସୂଚନା ଅନୁସାରେ, ନୀଳଚକ୍ର ନଗରରେ ଭଡା ରହୁଥିବା ସନ୍ତୋଷ ବେହେରା ଭଦ୍ରକର ଏକ ଘରୋଇ ଅନୁଷ୍ଠାନରେ ଚାକିରୀ କରୁଥିବା ବେଳେ ତାଙ୍କ ଝିଅ ଓ ତାଙ୍କ ଶାଶୁ ଏହି ଭଡା ଘରେ ରୁହନ୍ତି । ଆଜି ଘରେ କେହି ନଥିବାର ସୁଯୋଗ ନେଇ ଲୁଟେରା ମାନେ ଘରର ଝରକା ତାଡି ଘର ଭିତରେ ପଶି  ଆସବାବପତ୍ର ସହ ନଗଦ ୪ ଲକ୍ଷ ଟଙ୍କା, ସୁନା ଅଳଙ୍କାର ସହ ତାଙ୍କର ଏକ ଏଲଇଡି ଟିଭିକୁ ଚୋରୀ କରି ନେଇଯାଇଥିବା ଅଭିଯୋଗ କରିଛନ୍ତି ସନ୍ତୋଷ । କେବଳ ଏତିକି ନୁହେଁ ସନ୍ତୋଷ ଯେଉଁ ମାଲିକଙ୍କ ଘରେ ଭଡା ରହୁଥିଲେ ତାଙ୍କ ଘରର କବାଟ ତାଡି ଟଙ୍କା ମଧ୍ୟ ନେଇଯାଇଛନ୍ତି ଲୁଟେରା ।

ସନ୍ତୋଷ ଏନେଇ ପୁରୀ ତାଳବଣିଆ ଥାନାରେ ଲିଖିତ ଅଭିଯୋଗ କରିଥିବା କହିଛନ୍ତି। ତେବେ ତାଳବଣିଆ ଥାନା ପୋଲିସର କଡାକଡି ପାଟ୍ରୋଲିଂ ଅଭାବରୁ ଲୁଟେରା ମାନେ ସକ୍ରିୟ ହୋଇଥିବା ବେଳେ ପୁଲିସ୍ ଲୁଟେରା ମାନଙ୍କୁ କାବୁ କରି ସେମାନଙ୍କ ନିକଟରୁ ଚୋରୀ ହୋଇଥିବା ଟଙ୍କା ସହ ଜିନିଷପତ୍ର ଜଵତ କରିବାକୁ ସନ୍ତୋଷ ଅନୁରୋଧ କରିଛନ୍ତି ।

Comments are closed.