Latest Odisha News

BREAKING NEWS

ରାଜ୍ୟରେ ଅଛନ୍ତି ୨୭ ମହାବଳ ବାଘ, ୨୦୯୮ ହାତୀ

ଭୁବନେଶ୍ୱର: ଆଜିଠାରୁ ଆରମ୍ଭ ହୋଇଛି ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ଅଧିବେଶନ l ଦ୍ଵିତୀୟ ପର୍ଯ୍ଯାୟ ବଜେଟ ଅଧିବେଶନର ପ୍ରଶ୍ନକାଳ ସମୟରେ ବିଧାୟକ ଧ୍ରୁବ ସାହୁଙ୍କ ପ୍ରଶ୍ନରେ ଉତ୍ତର ରଖି ଜଙ୍ଗଲ ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ କହିଛନ୍ତି ଯେ, ରାଜ୍ୟରେ ୨୭ ମହାବଳ ବାଘ, ୨୦୯୮ ହାତୀ ରହିଛନ୍ତି l ସେହିପରି ଭିତରକନିକାରେ ୧୮୫୦ ବଉଳା କୁମ୍ଭୀର, ମହାନଦୀରେ ୧୪ ଘଡ଼ିଆଳ କୁମ୍ଭୀର, ସାତକୋଶିଆରେ ୯୭, ଶିମିଳିପାଳରେ ୭୬, ଘୋଡ଼ାହାଡ଼ରେ ୮୪ ଗୋ ମୁହାଁ କୁମ୍ଭୀର ରହିଛନ୍ତି l ଅନ୍ୟପଟେ ଚିଲିକା ସହ ସମସ୍ତ ସାମୁଦ୍ରିକ ଅଞ୍ଚଳରେ ୭୪୩ ଡଲ୍‌ଫିନ୍‌ ରହିଛନ୍ତି ବୋଲି ସୂଚନା ଦେଇଛନ୍ତି ଜଙ୍ଗଲ ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ l

ତେବେ କହିରଖୁଛୁ ଯେ, ଆଜି ଦ୍ଵିତୀୟ ପର୍ଯ୍ଯାୟ ବଜେଟ ଅଧିବେଶନ ଆରମ୍ଭରୁ ଗୃହରେ ହଙ୍ଗାମା ଦେଖିବାକୁ ମିଳିଥିଲା। ଦୁଇ ବିରୋଧୀ ବିଜେଡି ଓ କଂଗ୍ରେସ ବିଭିନ୍ନ ପ୍ରସଙ୍ଗ ଉଠାଇ ହଟ୍ଟଗୋଳ କରିଥିଲେ। ସ୍ଥିତି ସ୍ବାଭାବିକ ହୋଇନପାରିବାରୁ ଗୃହକୁ ୪ଟା ଯାଏ ମୁଲତବୀ ରଖିଛନ୍ତି ବାଚସ୍ପତି।

Comments are closed.