ଭୁବନେଶ୍ବର:ବର୍ତ୍ତମାନ ଓଡ଼ିଶାରେ ୮୭ଟି ଜେଲ୍ ରେ ମୋଟ ୧୬,୩୧୮ କଏଦୀ ଅଛନ୍ତି । ସୋମବାର ଦିନ ରାଜ୍ୟ ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୂଚନା ଦେଇଛନ୍ତି।
ବାଲିଗୁଡ଼ା ବିଧାୟକ ଚକ୍ରମଣି କନହରଙ୍କ ଏକ ପ୍ରଶ୍ନ ପଚାରିଥିଲେ, ରାଜ୍ୟରେ ଏବେ କେତୋଟି ଜେଲ୍ ଅଛି ଓ କେତେ କଏଦୀ ଅଛନ୍ତି। କେତେ ଆଜୀବନ କଏଦୀ ଅଛନ୍ତି ଓ କେତେ ବିଚାରାଧିନ କଏଦୀ ଅଛନ୍ତି?
ତେବେ ଏହି ପ୍ରଶ୍ନର ଉତ୍ତରରେ, ମୁଖ୍ୟମନ୍ତ୍ରୀ ମୋହନ ମାଝୀ ରାଜ୍ୟର ଜେଲ୍ କ୍ଷମତା ବିଷୟରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ। ରାଜ୍ୟର ବିଭିନ୍ନ ଜେଲ୍ର ମୋଟ କ୍ଷମତା ୨୪,୧୯୬ । ଯେଉଁଥିରୁ ବର୍ତ୍ତମାନ ୧୬,୩୧୮ ଜଣ କଏଦୀ ବନ୍ଦୀ ଅଛନ୍ତି, ଯାହା ମୋଟ କଏଦୀ କ୍ଷମତାର ୬୭.୪୪ ପ୍ରତିଶତ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଜାନୁଆରୀ ୩୧, ୨୦୨୫ ସୁଦ୍ଧା, ରାଜ୍ୟରେ ୨,୦୭୮ ଜଣ ଆଜୀବନ କଏଦୀ ଏବଂ ୧୨,୫୩୨ ଜଣ ବିଚାରାଧୀନ କଏଦୀ ଅଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, କିଛି ଜେଲ୍ରେ ଅଧିକ ଲୋକ ରହୁଛନ୍ତି କାରଣ ବିଚାରାଧୀନ କଏଦୀଙ୍କ ସଂଖ୍ୟା ଅସ୍ଥାୟୀ ଭାବରେ ବୃଦ୍ଧି ପାଇଛି।
ଭିଡ଼ ହ୍ରାସ କରିବା ଯୋଜନା ସମ୍ପର୍କରେ,ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଛନ୍ତି , ସରକାର ବର୍ତ୍ତମାନ ନୂତନ ଜେଲ୍ ନିର୍ମାଣ ପାଇଁ ପ୍ରସ୍ତାବ ଦେଇନାହାଁନ୍ତି।
Comments are closed.