Latest Odisha News

BREAKING NEWS

ବାଂଲାଦେଶରେ ବ୍ୟାନ ହେବ ଇସ୍କନ୍‌! ହାଇକୋର୍ଟରେ ଆବେଦନ କଲେ ଆର୍ଟର୍ଣ୍ଣି ଜେନେରାଲ

ଢାକା: ଇସ୍କନ ନେତା ତଥା ହିନ୍ଦୁ ସନ୍ଥ ଚିନ୍ମୟ କୃଷ୍ଣ ଦାସଙ୍କୁ ବାଂଲାଦେଶରେ ଗିରଫ କରିବା ଘଟଣା ଏବେ ଜୋର ଧରିଛି। ଇସ୍କନ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ବାଂଲାଦେଶର ଓକିଲ ହାଇକୋର୍ଟରେ ପିଟିସନ୍ ଦାଖଲ କରିଛନ୍ତି। ଇସ୍କନ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ଜଷ୍ଟିସ ଫରାହ ମେହବୁବଙ୍କୁ ନେଇ ଗଠିତ ଖଣ୍ଡପୀଠରେ ହାଇକୋର୍ଟରେ ଏକ ପିଟିସନ ଦାଖଲ କରାଯାଇଛି।

ମଙ୍ଗଳବାର ହିଂସାକାଣ୍ଡରେ ପ୍ରାଣ ହରାଇଥିବା ପବ୍ଲିକ୍ ପ୍ରସିକ୍ୟୁଟର ସୈଫୁଲ ଇସଲାମଙ୍କ ମୃତ୍ୟୁ ଏବଂ ଚିନ୍ମୟ ଦାସଙ୍କ ସମର୍ଥକ ଓ ସୁରକ୍ଷା ବାହିନୀ ମଧ୍ୟରେ ହୋଇଥିବା ସଂଘର୍ଷ ସମ୍ପର୍କରେ ମଧ୍ୟ ଆଇନଜୀବୀ କୋର୍ଟରେ ଉଲ୍ଲେଖ କରିଥିଲେ। ଇସ୍କନ୍ ଉପରେ ପ୍ରତିବନ୍ଧକ ଲଗାଇବାକୁ ଜୋର ଉଠିଛି ଦାବି।

ଇସ୍କନ୍ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେବା ନିଷ୍ପତ୍ତି ପୂର୍ବରୁ ଏହି ମାମଲାରେ କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ବୋଲି ସେ ସମ୍ପର୍କରେ ଗୁରୁବାର ସୁଦ୍ଧା ବାଂଲାଦେଶର ଅନ୍ତରୀଣ ସରକାରଙ୍କଠାରୁ କୋର୍ଟ ସୂଚନା ମାଗିଛନ୍ତି। ଆଟର୍ଣ୍ଣି ଜେନେରାଲଙ୍କୁ ସମନ କଲେ ବାଂଲାଦେଶ ହାଇକୋର୍ଟ। ଏହି ଆବେଦନ ଉପରେ ସରକାରଙ୍କ ପକ୍ଷ ରଖିବାକୁ କୋର୍ଟ ଆଟର୍ଣ୍ଣି ଜେନେରାଲଙ୍କୁ ସମନ ମଧ୍ୟ କରିଛନ୍ତି। ଇସ୍କନ୍ ଏବଂ ବାଂଲାଦେଶରେ ଏହା କିପରି ପ୍ରତିଷ୍ଠା ହେଲା ସେ ବିଷୟରେ ଜାଣିବାକୁ କୋର୍ଟ ଆଟର୍ଣ୍ଣି ଜେନେରାଲଙ୍କୁ କହିଛନ୍ତି। ଇସ୍କନ ମାମଲାରେ ସରକାରଙ୍କ କାର୍ଯ୍ୟାନୁଷ୍ଠାନ ଏବଂ ଦେଶର ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପର୍କରେ ଆଜି ରିପୋର୍ଟ ଦାଖଲ କରିବାକୁ ହାଇକୋର୍ଟ ଆଟର୍ଣ୍ଣି ଜେନେରାଲଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

Comments are closed.