Latest Odisha News

BREAKING NEWS

ପତିଙ୍କୁ ଆତଙ୍କବାଦୀ କହି ଅଡୁଆରେ ଅଭିନେତ୍ରୀ ଉର୍ମିଳା

ମୁମ୍ବାଇ: ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ଉର୍ମିଲା ମାଟୋଣ୍ଡକର ୨୦୧୬ ରେ ମୋହସିନ୍ ଅଖତର ମୀରଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ଜଣେ ମୁସଲମାନ ବ୍ୟକ୍ତିଙ୍କୁ ବିବାହ କରିଥିବାରୁ ଅନେକଥର ଉର୍ମିଳାଙ୍କୁ ଏଥିପାଇଁ ଟ୍ରୋଲ୍‌ ମଧ୍ୟ ହେବାକୁ ପଡ଼ିଛି। ଏହାସହିତ ତାଙ୍କ ସ୍ୱାମୀଙ୍କୁ ଆତଙ୍କବାଦୀ ବୋଲି କହିବା ଘଟଣା ଉପରେ ପ୍ରତିକ୍ରିୟା ପ୍ରକାଶ କରି ସେ କହିଛନ୍ତି, ତାଙ୍କୁ ପାକିସ୍ତାନୀ ଆତଙ୍କବାଦୀ କୁହାଯାଉଥିଲା। କୌଣସି ଆତଙ୍କବାଦୀ ନୁହନ୍ତି, ମୋର କହିବାର ଅର୍ଥ ହେଉଛି, ଏହାର ଏକ ସୀମା ଅଛି … ସୀମା ଉଲ୍ଲଂଘନ ହେବା ଉଚିତ ନୁହେଁ।

ସେ ଆହୁରି ମଧ୍ୟ କହିଛନ୍ତି, “ମୋ ସ୍ୱାମୀ କେବଳ ମୁସଲମାନ ନୁହଁନ୍ତି ବରଂ କାଶ୍ମୀରୀ ମୁସଲମାନ। ଆମେ ଦୁହେଁ ସମାନ ଧର୍ମରେ ଆମର ଧର୍ମ ଅନୁସରଣ କରୁ। ମୋତେ ଟ୍ରୋଲ କରିବା ଏବଂ ତାଙ୍କୁ ଏବଂ ତାଙ୍କ ପରିବାରକୁ କ୍ରମାଗତ ଭାବରେ ଟାର୍ଗେଟ କରାଯାଉଛି। ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ସେ କହିଛନ୍ତି।

Comments are closed.