Latest Odisha News

BREAKING NEWS

ବିରୋଧୀଙ୍କ ‘ଇଣ୍ଡିଆ’ ଏବଂ ସରକାରଙ୍କ ‘ମୋଦି’ ନାରାରେ କମ୍ପିଲା ସଂସଦ ଭବନ

ନୂଆଦିଲ୍ଲୀ: ମଣିପୁର ହିଂସାକୁ ନେଇ ସଂସଦର ମୌସୁମୀ ଅଧିବେଶନ ଏକପ୍ରକାର ଅଚଳ ହୋଇପଡିଛି । ଏହି ଅଧିବେଶନର  ଗୋଟିଏ ବି ଦିନ ଠିକରେ ଚାଲିବାକୁ ଦେଇ ନାହାନ୍ତି ବିରୋଧୀ । ବୁଧବାର ବିରୋଧୀ ଅନସ୍ଥା ପ୍ରସ୍ତାବ ଅଣାଯାଇଥିଲା । ବାଚସ୍ପତି ମଧ୍ୟ ଏହାକୁ ଅନୁମୋଦନ କରିଥିଲେ।

ଆଜି ଅର୍ଥାତ ଗୁରୁବାର ଅଧିବେଶନର ୬ଷ୍ଠ ଦିନ । ମଣିପୁର ହିଂସାକୁ ନେଇ ରାଜ୍ୟସଭାରେ ଜୋରଦାର ହଙ୍ଗାମା ହୋଇଥିଲା । ବିରୋଧୀ ଦଳ ଇଣ୍ଡିଆ..ଇଣ୍ଡିଆ ସ୍ଲୋଗାନ ଦେଉଥିବାବେଳେ ସରକାରୀ ଦଳ ମୋଦି ମୋଦି ନାରା ଦେଉଥିବା ଦେଖିବାକୁ ମିଳିଥିଲା । ରାଜ୍ୟସଭାରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ବିଦେଶ ନୀତି ଉପରେ ବୟାନ ଦେଉଥିବାବେଳେ ବିରୋଧୀ ‘ପ୍ରଧାନମନ୍ତ୍ରୀ ସଦନକୁ ଆସନ୍ତୁ’ ନାରା ଦେଇଥିଲେ । ଏହା ପରେ ବିଜେପି ସାଂସଦମାନେ ମୋଦି..ମୋଦି ନାରା ଦେବାକୁ ଆରମ୍ଭ କରିଥିଲେ ।

ଅନ୍ୟପକ୍ଷେ ଆଜି ଲୋକ ସଭାରେ ମଧ୍ୟ ଜୋରଦାର ହଙ୍ଗାମା ହୋଇଥିଲା । ମଣିପୁର ହିଂସାକୁ ନେଇ ବିରୋଧୀ-ସରକାର ମୁହାଁମୁହିଁ ହୋଇଥିଲେ।ଉଭୟ  ଗୃହକୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଥିଲା ।

ଆଜି ବିରୋଧୀ ଇଣ୍ଡିଆ ପକ୍ଷରୁ ଏକ ବୈଠକ ଡକାଯାଇଛି । କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜ୍ଜୁନ ଖଡଗେଙ୍କ ଚାମ୍ବରରେ ଅନୁଷ୍ଠିତ ଏହି  ବୈଠକରେ ବିରୋଧୀ ଦଳ ସଂସଦମାନେ କଳା ପୋଷାକ ପିନ୍ଧି ପହଞ୍ଚିଥିବା ଦେଖିବାକୁ ମିଳିଛି । ବୈଠକରେ ଅବିଶ୍ୱାସ ପ୍ରସ୍ତାବ ଏବଂ ମଣିପୁର ପ୍ରସଙ୍ଗକୁ ନେଇ ଆଲୋଚନା ହୋଇଥିବା  ଜଣାଯାଇଛି । ଏଥିସହିତ ଅନସ୍ଥା ପ୍ରସ୍ତାବ ଉପରେ ମଧ୍ୟ ରଣନୀତି ପ୍ରସ୍ତୁତ କରାଯାଇଛି ।

Leave A Reply

Your email address will not be published.