Latest Odisha News

ଦେଶର ୧୫ ଆଞ୍ଚଳିକ ବ୍ୟାଙ୍କର ହେବ ମିଶ୍ରଣ

ଭୁବନେଶ୍ବର: ଦେଶର ୧୫ ଟି ଆଞ୍ଚଳିକ ବ୍ୟାଙ୍କର ମିଶ୍ରଣ କରାଯିବ । କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ଆଞ୍ଚଳିକ ଗ୍ରାମୀଣ ବ୍ୟାଙ୍କ (ଆରଆରବି)ର ମିଶ୍ରଣର ଚତୁର୍ଥ ପର୍ଯ୍ୟାୟ ଆରମ୍ଭ କରିଛି । ଏହି ମିଶ୍ରଣ ପ୍ରକ୍ରିୟାରେ କେନ୍ଦ୍ର ସରକାର ‘ଏକ ରାଜ୍ୟ ଏକ ଆରଆରବି’ ଯୋଜନା ରଖିଛନ୍ତି । ଏହି ଯୋଜନା ତାଲିକାରେ ଓଡ଼ିଶାରୁ ଦୁଇଟି ବ୍ୟାଙ୍କ ରହିଛି ।

ଏଥିରେ ଆଞ୍ଚଳିକ ଗ୍ରାମୀଣ ବ୍ୟାଙ୍କ ସଂଖ୍ୟା ୪୩ରୁ ୨୮କୁ ହ୍ରାସ କରାଯିବ । ଅର୍ଥ ମନ୍ତ୍ରଣାଳୟ ପ୍ରସ୍ତୁତ କରିଥିବା ବ୍ଲୁ ପ୍ରିଣ୍ଟ ଅନୁଯାୟୀ ବିଭିନ୍ନ ରାଜ୍ୟର ୧୫ଟି ଆଞ୍ଚଳିକ ଗ୍ରାମୀଣ ବ୍ୟାଙ୍କ ମିଶ୍ରଣ କରାଯିବ ।

ତେବେ ସର୍ବାଧିକ ଆନ୍ଧ୍ରପ୍ରଦେଶରେ ୪ଟି, ଉତ୍ତରପ୍ରଦେଶ ଏବଂ ପଶ୍ଚିମବଙ୍ଗ ୩ଟି ଏବଂ ଓଡିଶା, ବିହାର, ଗୁଜୁରାଟ, ଜାମ୍ମୁ କାଶ୍ମୀର, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର ଏବଂ ରାଜସ୍ଥାନ ରହିଥିବା ଆରଆରବି ଗୁଡିକର ମିଶ୍ରଣ କରାଯାଇଥିଲା । ତେଲେଙ୍ଗାନା ମାମଲାରେ ଆଞ୍ଚଳିକ ଗ୍ରାମୀଣ ବ୍ୟାଙ୍କଗୁଡିକର ମିଶ୍ରଣ ଆନ୍ଧ୍ରପ୍ରଦେଶ ଗ୍ରାମୀଣ ବିକାଶ ବ୍ୟାଙ୍କ ଏବଂ ତେଲେଙ୍ଗାନା ଗ୍ରାମୀଣ ବ୍ୟାଙ୍କ ମଧ୍ୟରେ ସମ୍ପତ୍ତି ଏବଂ ଦାୟିତ୍ବ ବଣ୍ଟନ ହେବ ।

Comments are closed.