Latest Odisha News

BREAKING NEWS

ଚଳିତ ରଥଯାତ୍ରା ପାଇଁ ହେବ ସ୍ବତନ୍ତ୍ର ‘ଆପ୍‌’ ବ୍ୟବସ୍ଥା

ପୁରୀ: ରଥଯାତ୍ରା ପାଇଁ ପ୍ରଥମ ଜିଲ୍ଲାସ୍ତରୀୟ ବୈଠକ ଶେଷ ହେବାପରେ ସୂଚନା ଦେଲେ ପୁରୀ ଜିଲ୍ଲାପାଳ । ଆସନ୍ତା ରଥଯାତ୍ରା ପାଇଁ ହେବ ସ୍ବତନ୍ତ୍ର ‘ଆପ୍‌’ ବ୍ୟବସ୍ଥା । ପ୍ରଥମ ପ୍ରସ୍ତୁତି ବୈଠକ ପରେ ସବୁ ବିଭାଗର ତଥ୍ୟକୁ ନେଇ ‘ଆପ୍‌’ ପ୍ରସ୍ତୁତ ହେବ କହିଲେ ଜିଲ୍ଲାପାଳ ।

ଏଥିରୁ ସାଧାରଣ ଭକ୍ତ ସବିଶେଷ ତଥ୍ୟ ପାଇପାରିବେ’ । ୧୫ ଦିନ ଭିତରେ ତଥ୍ୟ ଦେବାକୁ ସବୁ ବିଭାଗକୁ କୁହାଯାଇଛି’ । ରଥଯାତ୍ରା ବେଳେ ସମ୍ବେଦନଶୀଳ ସ୍ଥାନରେ ଲାଗିବ AI କ୍ୟାମେରା’ ।

ବିଭିନ୍ନ ବିଭାଗକୁ ନେଇ ଫର୍ମେସନ ହୋଇଛି ଯୁଗ୍ମ ଟିମ୍ । ଗତବର୍ଷ ଭଳି ପ୍ରସ୍ତୁତ ରହିବ ଏକକ ଆପ୍ । ସମସ୍ତ ବିଭାଗର ଆସେଟ୍ କୁ ଆପରେ ଲିଙ୍କ କରାଯିବ ।

ନିକଟସ୍ଥ ହସ୍ପିଟାଲ, ୱାଟର ପ୍ଏଣ୍ଟ, ଲଷ୍ଟ ଆଣ୍ଡ ଫାଉଣ୍ଡ ପଏଣ୍ଟ ଇତ୍ୟାଦି ବିଷୟରେ ଆପ ରେ ଯଥାସମ୍ଭବ ଡାଟା ଫିଡ୍ ହେବ । ତ୍ୱରିତ ସୂଚନା ପାଇପାରିବେ ଆଗନ୍ତୁକ । ବିଭିନ୍ନ ବିଭାଗର ବିଭିନ୍ନ ପ୍ରସ୍ତୁତିକୁ ଜାଣିବା ସହ ଠିକ୍ ସମୟରେ ବ୍ୟବହାର କରିପାରିବେ ଶ୍ରଦ୍ଧାଳୁ ଓ ଭକ୍ତ ବୋଲି ସୂଚନା ଦେଇଛନ୍ତି ପୁରୀ ଜିଲ୍ଲାପାଳ ।

Comments are closed.