Latest Odisha News

BREAKING NEWS

ରାଜଧାନୀରେ ଆଉ ହେବନାହିଁ ବସ୍ତି, ସୁଲଭ ମୂଲ୍ୟରେ ଘର ଯୋଗାଇଦେବେ ରାଜ୍ୟ ସରକାର

ଭୁବନେଶ୍ୱର: ରାଜଧାନୀରେ ଆଉ ବସ୍ତି ହେବନାହିଁ। ସରକାର ସୁଲଭ ମୂଲ୍ୟରେ ଘର କରି ଲଟେରି ମାଧ୍ୟମରେ ସାଧାରଣ ଲୋକଙ୍କୁ ପ୍ରଦାନ କରିବେ। ଏନେଇ ସୂଚନା ଦେଇଛନ୍ତି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ମହାପାତ୍ର।

ରାଜଧାନୀ ଭୁବନେଶ୍ୱରରେ ମଧ୍ୟବିତ୍ତଙ୍କୁ ମିଳିବ ଘର। ସୁଲଭ ମୂଲ୍ୟରେ ଘର ଯୋଗାଇଦେବେ ରାଜ୍ୟ ସରକାର। ୧୫ରୁ ୨୦ ଲକ୍ଷ ଟଙ୍କା ମଧ୍ୟରେ MIG, LIG, LIG -1, MIG -2ରେ ମିଳିବ ଘର। ଲଟେରି ମାଧ୍ୟମରେ ଘର ଦିଆଯିବ ବୋଲି କହିଛନ୍ତି ଗୃହ ଏବଂ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର।

ଧନୀକ ଶ୍ରେଣୀ ଲୋକ ଏଥିପାଇଁ ଆବେଦନ କରିପାରିବେ ନାହିଁ। ପିପିପି ମୋଡରେ ଘର ତିଆରି କରିବାକୁ ସରକାରଙ୍କ ନିଷ୍ପତ୍ତି। ଘର ତିଆରି କରିବା ପାଇଁ ଟେଣ୍ଡର କରାଯିବ। ଭୁବନେଶ୍ୱର ଉପକଣ୍ଠ ଅଞ୍ଚଳରେ ଘର ତିଆରି କରିବେ ସରକାର। ପ୍ରଥମ ପର୍ଯ୍ୟାୟରେ ମହାନଗର ଅଞ୍ଚଳ ଗୁଡିକରେ ସୁଲଭ ମୂଲ୍ୟରେ ଘର କରିବାକୁ ଚିନ୍ତା କରୁଛନ୍ତି ସରକାର। ସହର ଗୁଡ଼ିକୁ ବିସ୍ତାର କରାଯିବ, ଲୋକଙ୍କୁ ଯୋଗାଯୋଗ ସୁବିଧା ମିଳିବ।

Comments are closed.