ଦୁବାଇ: ଭାରତ ଓ ପାକିସ୍ତାନ ମଧ୍ୟରେ ସେପ୍ଟମ୍ବର ୧୮ରେ ଦୁବାଇ ଆନ୍ତର୍ଜାତୀୟ ଷ୍ଟାଡିୟମରେ ଏସିଆ କପ କ୍ରିକେଟର ଫାଇନାଲ ମ୍ୟାଚ ଖେଳାଯିବ । ଚଳିତ ଏସିଆ କପରେ ଭାରତ ଏ ପର୍ଯ୍ୟନ୍ତ ୨ଟି ମୁକାବିଲାରେ ପାକିସ୍ତାନକୁ ପରାସ୍ତ କରିଛି । ରିପୋର୍ଟ ମୁତାବକ ଫାଇନାଲ ପୂର୍ବରୁ ଟ୍ରଫି ସହ ହେବାକୁ ଥିବା ଫଟୋ ଶୁଟକୁ ବାତିଲ କରାଯାଇଛି । ନ୍ୟୁଜ ୨୪ ଖବର ଅନୁସାରେ ଟିମ ଇଣ୍ଡିଆ ପାକିସ୍ତାନୀ ଟିମ ସହିତ ଏହି ଫଟୋଶୁଟ ନେଇ ଆଗ୍ରହ ପ୍ରକାଶ କରୁନାହିଁ । ପୂର୍ବରୁ ଟସ ଏବଂ ମ୍ୟାଚରେ ବିଜୟ ହାସଲ କରିବା ପରେ ଭାରତୀୟ ଅଧିନାୟକ ଏବଂ ଖେଳାଳି ପାକିସ୍ତାନ ସହ ହାତ ମିଳାଇ ନ ଥିଲେ । ଯାହାକୁ ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା ।
ଗ୍ରୁପ ଷ୍ଟେଜ ମ୍ୟାଚ ପରେ ସୂର୍ଯ୍ୟକୁମାର ଯାଦବଙ୍କ ବୟାନ ପରେ ତାଙ୍କ ମ୍ୟାଚ ଫିର ୩୦ ପ୍ରତିଶତ କଟାଯାଇଛି । ସେହିପରି ଭାରତୀୟ ଟିମ ଓ ପ୍ରଶଂସକଙ୍କୁ ଖରାପ ଇଙ୍ଗିତ କରିବା ନେଇ ହ୍ୟାରିଶ ରୌଫଙ୍କ ଉପରେ ମଧ୍ୟ ଜରିମାନା ଲଗାଯାଇଛି । ଫାଇନାଲ ପୂର୍ବରୁ ଭାରତୀୟ ଟିମ ପ୍ରେସ କନଫେରେନ୍ସ ବାତିଲ କରିଥିବା ମଧ୍ୟ ଉକ୍ତ ରିପୋର୍ଟରେ ଉଲ୍ଲେଖ ରହିଛି ।
Comments are closed.