ଭୁବନେଶ୍ବର: ଆମ ସ୍ୱାସ୍ଥ୍ୟର ଯତ୍ନ ନେବା ପାଇଁ ଆମେ ଚାଲିବା,ବ୍ୟାୟାମ କିମ୍ବା ଯୋଗର ସାହାଯ୍ୟ ନେଇଥାଉ । କାରଣ ଏହି ପଦ୍ଧତିଗୁଡ଼ିକ ଆମ ଶରୀରକୁ ପ୍ରାକୃତିକ ଭାବରେ ସୁସ୍ଥ ରଖେ। ଆମେ ପ୍ରାୟତଃ ଶୁଣିଥାଉ ଯେ ବ୍ୟାୟାମ କରିବା ପାଇଁ ସମୟ ନାହିଁ, ତେବେ ଆପଣ ଚାଲିବାକୁ ଯାଇପାରିବେ। ଚାଲିବା ଦ୍ବାରା ଶାରୀରିକ ଏବଂ ମାନସିକ ସୁସ୍ଥ ରହେ। ୩୦ ମିନିଟ୍ ଚାଲିବା ଦ୍ଵାରା ୧୨୦-୧୫୦ କ୍ୟାଲୋରୀ କମ୍ ହୋଇପାରିବ। ଚାଲିବା କିମ୍ବା ବ୍ୟାୟାମ ନକରି ମଧ୍ୟ ଆପଣ କ୍ୟାଲୋରୀ କମ୍ କରିପାରିବେ। କିଛି ବହୁତ ସହଜ ଉପାୟ ଅଛି ଯାହାକୁ କରିବା ଦ୍ୱାରା ଆପଣଙ୍କର କ୍ୟାଲୋରୀ କମ୍ ହୋଇପାରିବ ଓ ମନକୁ ମଧ୍ୟ ଶାନ୍ତି ମିଳିଥାଏ।
ଏହି ପାଞ୍ଚଟି କାର୍ଯ୍ୟକଳାପ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ..
-ଯଦି ଆପଣଙ୍କୁ ଚାଲିବାକୁ ଯିବାକୁ ଇଚ୍ଛା ହେଉନାହିଁ, ତେବେ ଘରେ ନିଜର ପ୍ରିୟ ଗୀତ ବଜାଇ ନାଚିପାରିବେ। ଏହା ଆପଣଙ୍କ ମୁଡକୁ ସତେଜ କରିବ ଏବଂ୧୫୦-୨୦୦କ୍ୟାଲୋରୀ ମଧ୍ୟ ହ୍ରାସ କରିବ ଯାହା ଆପଣଙ୍କ ଶରୀରକୁ ସୁସ୍ଥ ରଖିବାରେ ସାହାଯ୍ୟ କରିବ।
– ଗଛଲତା କେବଳ ଆମକୁ ଅମ୍ଳଜାନ ଦେବାରେ ସାହାଯ୍ୟ କରେ ନାହିଁ ବରଂ ସେମାନଙ୍କ ପାଖରେ ବସିବା ଦ୍ବାରା ଆମର ନେଗେଟିଭ ଶକ୍ତିକୁ ମଧ୍ୟ ହ୍ରାସ କରେ। ବଗିଚା କାମ କରିବା ସମୟରେ କୁଣ୍ଡ ଗୁଡ଼ିକୁ ଉଠାଇବା, କୁଣ୍ଡରେ ଗଛ ଲଗାଉ । ଏହାଦ୍ବାରା ଆପଣଙ୍କ ଏକପ୍ରକାର ବ୍ୟାୟମ ହୋଇଥାଏ । ଫଳରେ ୧୫୦-୨୦୦ କ୍ୟାଲୋରୀ ହ୍ରାସ ହୁଏ।
-ଛୋଟ ପିଲାମାନଙ୍କ ସହିତ ଖେଳିବା ଦ୍ୱାରା ଆପଣଙ୍କ ମୁଡ ଖୁସିରେ ଭରିଯାଏ। ପିଲାମାନଙ୍କ ସହିତ ଅନେକ ପ୍ରକାରର ଖେଳ ଖେଳିପାରିବେ ଯେପରିକି ସେମାନଙ୍କ ସହିତ ଦୌଡ଼ିବା, ନାଚିବା । ଏସବୁ ଶରୀରରୁ ୧୦୦-୧୫୦ କ୍ୟାଲୋରୀ ହ୍ରାସ କରିବାରେ ସାହାଯ୍ୟ କରେ । ଯାହା ତିରିଶ ମିନିଟ୍ ଚାଲିବା ସହ ସମାନ।
-ଯଦି ଆପଣଙ୍କ ଭଲ ମୁଡ କରିବାକୁ ଚାହୁଁଛନ୍ତି ଏବଂ କ୍ୟାଲୋରୀ ମଧ୍ୟ ହ୍ରାସ କରିବାକୁ ଚାହୁଁଛନ୍ତି, ତେବେ ଆପଣ ନିଜର ରୁମ୍ ସଫା କରିପାରିବେ। ଏହି କାମରେ ମଧ୍ୟ ପ୍ରାୟ ୧୫୦ କ୍ୟାଲୋରୀ ନଷ୍ଟ ହୁଏ ଏବଂ ଆପଣଙ୍କର ମୁଡ ମଧ୍ୟ ଭଲ ହୋଇଯାଏ ।
-ପିଆନୋ, ଗିଟାର, ଡ୍ରମ୍ ଭଳି ବାଦ୍ୟଯନ୍ତ୍ରକୁ ଉଚ୍ଚ ତୀବ୍ରତା ସହିତ ବଜାଇବା ଦ୍ୱାରା ୧୫୦ କ୍ୟାଲୋରୀ ହ୍ରାସ ହୁଏ । ଯାହା ତିରିଶ ମିନିଟ୍ ଚାଲିବା ସହ ସମାନ।
Comments are closed.