Latest Odisha News

BREAKING NEWS

ଦୁନିଆର ଏହି ସବୁ ସ୍ଥାନରେ ରହିବାକୁ ମିଳିଥାଏ ଲକ୍ଷ ଲକ୍ଷ ଟଙ୍କା

ନୂଆଦିଲ୍ଲୀ: ବିଶ୍ୱର ଅଧିକାଂଶ ଦେଶରେ ଚଳିବା ପାଇଁ ନିଜ ଆଡୁ ଖର୍ଚ୍ଚ କରିବାକୁ ପଡିଥାଏ । ତେବେ ଦୁନିଆରେ ଏପରି କେତେକ ଅଂଚଳ ଅଛି ଯେଉଁଠାରେ ଚଳିବା ପାଇଁ ମିଳିଥାଏ ଲକ୍ଷ ଲକ୍ଷ ଟଙ୍କା । ଅବଶ୍ୟ ଏହା ପଛରେ ସ୍ଥାନୀୟ ପ୍ରଶାସନର କେତେକ ସ୍ୱାର୍ଥ ଜଡିତ ରହିଛି । ସୁଇଜରଲାଣ୍ଡର ଆଲବାଇନେନରେ ରହିବା ପାଇଁ ପ୍ରଶାସନ ୨୦ ଲକ୍ଷ ଟଙ୍କା ଦେଇଥାଏ । ଯଦି ସେଠାରେ ବିବାହ କରି ରହିବେ ତାହାହେଲେ ୪୦ ଲକ୍ଷରୁ ଊର୍ଦ୍ଧ୍ୱ ମିଳିଥାଏ । ଯଦି ଆପଣଙ୍କର ସନ୍ତାନ ଅଛନ୍ତି ତାହାହେଲେ ଅତିରିକ୍ତ ୮ ଲକ୍ଷ ମିଳିବ । ତେବେ ସେଠାରେ ଏଥିନେଇ ଚୁକ୍ତି କଲା ପରେ ଆପଣଙ୍କୁ ଅତି କମରେ ୧୦ ବର୍ଷ ସେଠାରେ ରହିବାକୁ ପଡିବ । ଇଟାଲୀର ପ୍ରେସିସେରେ ଜଣେ ବ୍ୟକ୍ତି ରହିବା ପାଇଁ ୨୫ ଲକ୍ଷ ପ୍ରଦାନ କରାଯାଇଥାଏ । ଏଠାରେ ଅଧିକାଂଶ ବୃଦ୍ଧ ବ୍ୟକ୍ତି ରହୁଛନ୍ତି ।

ଜନସଂଖ୍ୟା ବୃଦ୍ଧି ଘଟୁ ନ ଥିବାରୁ ସରକାର ଏହି ପଦକ୍ଷେପ ନେଇଛନ୍ତି । ଗ୍ରୀକ ଆଇଲାଣ୍ଡର ଆନ୍ତିକାଇଥେରାରେ କେହି ରହିବାକୁ ଚାହିଁଲେ ସରକାର ୩ ବର୍ଷ ପର୍ଯ୍ୟନ୍ତ ପ୍ରତ୍ୟେକ ମାସରେ ଚଳିବା ପାଇଁ ୫୦ ହଜାର ଟଙ୍କା ଦେଇଥାଏ । ଏହି ଆଇଲାଣ୍ଡରେ ମାତ୍ର ୫୦ଜଣ ବ୍ୟକ୍ତି ଅଛନ୍ତି । ସେହିପରି ସ୍ପେନର ପୋଙ୍ଗାରେ ରହିବାକୁ ଯୋଡୀଦାରଙ୍କୁ ୧.୫ ଲକ୍ଷ ଟଙ୍କା ମିଳିଥାଏ । ସେଠାରେ ସନ୍ତାନ ଜନ୍ମ ହେଲେ ଅତିରିକ୍ତ ୧.୫ ଲକ୍ଷ ଟଙ୍କା ମିଳିଥାଏ । ସେଠାରେ ନିୟମ ମୁତାବକ ଅତି କମରେ ୧ ବର୍ଷ ରହିବାକୁ ପଡିବ ।

Leave A Reply

Your email address will not be published.