Latest Odisha News

BREAKING NEWS

ମୟୂରଭଞ୍ଜ ଜିଲ୍ଲାରେ ଆରମ୍ଭ ହେଲା ରାଜ୍ୟର ପ୍ରଥମ ଏଜୁକେସନାଲ୍ ଇ-ଷ୍ଟୁଡିଓ

ବାରିପଦା: ରାଜ୍ୟର ପ୍ରଥମ ଶିକ୍ଷା ଷ୍ଟୁଡିଓ (ଏଜୁକେସନାଲ୍ ଇ-ଷ୍ଟୁଡିଓ) ବାରିପଦା ଡିପିଇପି କାର୍ଯ୍ଯାଳୟରେ ଆରମ୍ଭ ହୋଇଛି । ଆଜି ଶିକ୍ଷା ଷ୍ଟୁଡିଓର ଉଦଘାଟନ କରି ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀଙ୍କ ସହ କଥା ହୋଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାରାଣ୍ଡି  ।

ଜିଲ୍ଲା ପ୍ରଶାସନ ଓ ସମଗ୍ର ଶିକ୍ଷା ଅଭିଯାନର ମିଳିତ ପ୍ରୟାସରେ 5Tରେ ରୂପାନ୍ତରିତ ଜିଲ୍ଲାର ୫୮୧ ହାଇସ୍କୁଲ ସହିତ ୨୬ଟି ଆଦର୍ଶ ବିଦ୍ୟାଳୟରେ ୧୭୫୫ଟି ସ୍ମାର୍ଟ କ୍ଲାସରୁମରେ ପ୍ରାୟ ୮୦ହଜାର ଛାତ୍ରଛାତ୍ରୀ ଶିକ୍ଷା ଗ୍ରହଣ କରି ପାରିବେ । ପରେ ଜିଲ୍ଲାର ୨୬ଟି କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ସହିତ ୧୪୧ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ୩୪୯ ଅଙ୍ଗନୱାଡି କେନ୍ଦ୍ରକୁ ଏହି ସେବା ସମ୍ପ୍ରସାରିତ କରାଯିବ ।

ଏଥିପାଇଁ ରାଜ୍ୟ ସରକାର ୫୯୦ଟି ଟେଲିଭିଜନ ସେଟ୍ ଯୋଗାଇ ସାରିଲେଣି । ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲାରେ ନିରବଚ୍ଛିନ୍ନ ଶିକ୍ଷାର ପ୍ରଚାର ଓ ପ୍ରସାର ଲାଗି ସହାୟକ ହେବ । ଏହି ଷ୍ଟୁଡିଓର ସମସ୍ତ କାର୍ଯ୍ୟକ୍ରମ “Samagra Sikhya Mayurbhanj” ନାମକ ୟୁଟ୍ୟୁବ୍ ଚ୍ୟାନେଲରେ ପ୍ରସାରଣ ହେବ । ଶିକ୍ଷା ଷ୍ଟୁଡିଓକୁ ନେଇ ଗଣଶିକ୍ଷା ମନ୍ତ୍ରୀ ସନ୍ତୁଷ୍ଟି ପ୍ରକାଶ କରିବା ସହିତ ସାରା ରାଜ୍ୟ ରେ ଏଭଳି ଇ-ଷ୍ଟୁଡିଓ ପ୍ରସ୍ତୁତ କରିବାର ପଦକ୍ଷେପ ନେବା ଲାଗି ସରକାରଙ୍କୁ ପ୍ରସ୍ତାବ ଦେବେ ବୋଲି କହିଛନ୍ତି ।

Leave A Reply

Your email address will not be published.